ରିଲିଜ ପରେ ଧମାଲ କରୁଛି ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଯେଉଁଥିରେ ସୁଶାନ୍ତଙ୍କ ସହ ସଞ୍ଜନା ସାଘିଂ ଡ୍ୟାନ୍ସ କରୁଥିବା ନଜର ଆସୁଛି ।
ଦୁହିଁଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି । ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।
ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ‘ଦିଲ ବେଚାରା’ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଟାଇଟଲ୍ ଟ୍ରାକ୍ ରିଲିଜ ହେବାର କିଛି ସମୟ ପରେ ସୋସିଆଲ୍ ମିଡିଆରେ ଛାଇ ଯାଇଥିଲା ।
‘ଦିଲ୍ ବେଚାରା ଫ୍ରେଣ୍ଡ ଜୋନ୍’ରେ ମ୍ୟୁଜିକ ଏଆର ରେହମାନ ପ୍ରସ୍ତୁତ କରିଥିବା ବେଳେ କୋରିଓଗ୍ରାଫ୍ ଫରାହ ଖାନ୍ କରିଥିଲେ ।
ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ମୁକେଶ ଛାବଡା ତୁଲାଇଛନ୍ତି । ଦିଲ ବେଚାରା ପିଲ୍ମ ଜରିଆରେ ମୁକେଶ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି ।
ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ଭିଡିଓଟି ୨ ମିନିଟ୍ ୪୩ ସେକେଣ୍ଡ ହୋଇଥିବା ବେଳେ ସୁଶାନ୍ତ ସିଂହ ରାଜପୁତ ଷ୍ଟେଜରେ ପରଫରମାନ୍ସ ଦେଉଥିବା ନଜର ଆସିଥିଲେ ।
ଗୀତରେ ସୁଶାନ୍ତଙ୍କ ସହ ସଞ୍ଜନା ସାଘିଂ ମଜାଦାର ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ । ସୁଶାନ୍ତଙ୍କ ଶେଷ ଫିଲ୍ମର ଏହି ଗୀତକୁ ଦେଖି ଫ୍ୟାନ୍ସମାନେ ମଧ୍ୟ ଖୁବ୍ ଇମୋସନାଲ୍ ହୋଇଛନ୍ତି ।