ମୋବାଇଲ୍‌ ଚାର୍ଜିଂ ସଙ୍କଟ ଦୂର କରିବ ସୋଲ୍‌-କା’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ହାତରେ ଧରିଥିବା ମୋବାଇଲ୍‌ ଯଦି ହଠାତ୍‌ ଡ୍ରାଏ ହୋଇଗଲା, ତେବେ ମୁଣ୍ଡ ଉପରେ ଚଡ଼କ ପଡ଼ିଲାପରି ଲାଗେ। ପୁଣି ଆଖପାଖରେ ଯଦି ଚାର୍ଜିଂ ଉତ୍ସ ନମିଳେ ବା କିଛି ପାୱାର ବ୍ୟାଙ୍କ୍‌ ନଥାଏ ତେବେ ଆପଣ କେମିତି ଅନୁଭବ କରନ୍ତି?

ଏଭଳି ସଙ୍କଟ କାହା ପାଇଁ ନୁଆ ନୁହେଁ ପ୍ରାୟ। ପୁଣି ଯଦି ମୋବାଇଲ୍‌ ୬ ମାସରୁ ପୁରୁଣା ହୋଇଯାଏ ତ ଏ ସମସମ୍ୟା ଲାଗି ରହିବା ସ୍ଵଭାବିକ। ପୁଣି ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଏକ ହେବି ଓ୍ବେଟ୍‌ ପାୱାର ବ୍ୟାଙ୍କ୍‌ ଧରି ବୁଲିବା ଆହୁରି ବିରକ୍ତିକର ହୋଇଥାଏ। ଏଭଳି ସମସ୍ୟାକୁ ସମାଧାନ କରିବା ଲାଗି ଏକ ଅଭିନବ ସୋଲାର ଚାର୍ଜର କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି ଯୁବ ଟେକ୍ନୋକ୍ରାଟ୍‌ ସୁଶାନ୍ତ ପଟ୍ଟନାୟକ।

ସୌର ଶକ୍ତିକୁ ପକେଟରେ ଧରି ତାହାକୁ ମୋବାଇଲ୍‌ ବ୍ୟାଟେରୀ ଚାର୍ଜ କରିବାର କଳ୍ପନା ତାଙ୍କୁ ସେତିକି ବେଳେ ଆନ୍ଦୋଳିତ କରିଥିଲା ଯେତେବେଳେ ସେ ଏମିତି କିଛି ସମସ୍ୟାକୁ ସମ୍ମୁଖୀନ ହୋଇଥିଲେ। ସେ କହନ୍ତି ‘ ମୁଁ ନିଜେ ସେହି ପରିସ୍ଥିତିକୁ ଅନୁଭବ କରିଛି। ଆଉ ଏହାର ସମାଧାନ କରିବା ପାଇଁ ଟେକ୍ନୋଲୋଜି ଜିକୁ ବ୍ୟବହାର କରି ଏକ ସ୍ଵତନ୍ତ୍ର ଗ୍ୟାଜେଟ୍‌ ପ୍ରସ୍ତୁତ କରିଛି। ଏହାର ନାଁ ସୋଲ୍‌-କା’। ଆପଣଙ୍କ ପାୱାର ବ୍ୟାଙ୍କ୍‌ଠୁ ଏହା ଶସ୍ତା ଓ ପ୍ରଭାବଶାଳୀ ହେବ’

ପୁଣି ଏହି ସୋଲାର ଚାର୍ଜର କୌଣସି ସ୍ଵତନ୍ତ୍ର ଇଲେକ୍ଟ୍ରନିକ ଗ୍ୟାଜେଟ୍‌ ନୁହେଁ। ଏହା ଆପଈଙ୍କ ମୋବାଇଲ୍‌କୁଚ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଖୋଳ ( କଭର)ର ଆଉ ଏକ ବ୍ୟବହାର। ଅର୍ଥାତ୍‌ ଏହା ଏକ ସ୍ଵତନ୍ତ୍ର ମୋବାଇଲ୍‌ ଖୋଳ ଯାହା ମୋବାଇଲ୍‌କୁ ସୁରକ୍ଷା ଦେବା ସହ ବ୍ୟାଟେରିକୁ ରିଜାର୍ଜ ବି କରିବ। ଯେତେବେଳେ ବି ସୌର ଶକ୍ତି ବା ଦିବାଲୋକ ପାଇବ ସେତେବେଳେ ଏହି ଚାର୍ଜର ଆକ୍ଟିଭ୍‌ ହୋଇ ବ୍ୟାଟେରିକୁ ବିଜୁଳି ଶକ୍ତି ଯୋଗାଇବ। ଅର୍ଥାତ୍‌ ଏହା ଗୋଟିଏ ବ୍ୟବହାରରେ ଦୁଇଟି ଫାଇଦା, ନୁହେଁକି?

ପୁଣି ଏହି ସୋଲାର ଚାର୍ଜର କୌଣସି ସ୍ଵତନ୍ତ୍ର ଇଲେକ୍ଟ୍ରନିକ ଗ୍ୟାଜେଟ୍‌ ନୁହେଁ। ଅର୍ଥାତ୍‌ ଅନ୍ୟ କୌଣସି ଡିଭାଇସ୍‌ ଆପଣଙ୍କୁ ମୋବାଇଲ୍‌ସଙ୍ଗେ ନେଇ ଯିବାକୁ ପଡ଼ିବ ନାହିଁ।  ବରଂ ଏହା ଆପଣଙ୍କ ମୋବାଇଲ୍‌କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଖୋଳ ( କଭର)ର ଆଉ ଏକ ବ୍ୟବହାର। ଅର୍ଥାତ୍‌ ଏହା ଏକ ସ୍ଵତନ୍ତ୍ର ମୋବାଇଲ୍‌ ଖୋଳ ଯାହା ମୋବାଇଲ୍‌କୁ ସୁରକ୍ଷା ଦେବା ସହ ବ୍ୟାଟେରିକୁ ରିଜାର୍ଜ ବି କରିବ। ସେଥିରେ ସୌର ଶକ୍ତିକୁ ବିଜୁଳି ଶକ୍ତିରେ ରୂପାନ୍ତର କରିବା ବାଇଁ ଆବଶ୍ୟକ ସେଲ୍‌ ଖଞ୍ଜାଯିବ।  ଯେତେବେଳେ ବି ସୌର ଶକ୍ତି ବା ଦିବାଲୋକ ପାଇବ ସେତେବେଳେ ଏହି ଚାର୍ଜର ଆକ୍ଟିଭ୍‌ ହୋଇ ବ୍ୟାଟେରିକୁ ବିଜୁଳି ଶକ୍ତି ଯୋଗାଇବ। ଅର୍ଥାତ୍‌ ଏହା ଗୋଟିଏ ବ୍ୟବହାରରେ ଦୁଇଟି ଫାଇଦା ଦେବ, ନୁହେଁକି?

ବଜାରରେ ଏହା ମାର୍ଚ ମାସରେ ପହଞ୍ଚିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗ୍ରାହକଙ୍କ ଲାଗି ଏହା ୧୫୦୦ରୁ ୨ହଜାର ଟଙ୍କା ରହିବ। କିନ୍ତୁ ପରବର୍ତ୍ତୀର ସମୟରେ ଏହା କମ୍‌ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *