ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ କାହିଁକି ଯାଇନଥିଲେ ଅଙ୍କିତା, ଏଭଳି ଉତ୍ତର ଦେଲେ ଅଭିନେତ୍ରୀ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏପରିକି ସୁଶାନ୍ତଙ୍କ ବାପା ତାଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଥିବା ନଜର ଆସିଛି ।

ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ପୂର୍ବତନ ପ୍ରେମିକା ଅଙ୍କିତାଙ୍କୁ ସୁଶାନ୍ତଙ୍କ ବିଷୟରେ ଅନେକ ପ୍ରଶ୍ନ କରାଯାଇଥିଲା । ଏପରିକି ସେ କାହିଁକି ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇନଥିଲେ, ସେସମ୍ପର୍କରେ ମଧ୍ୟ ପଚରା ଯାଇଥିଲା । ତାଙ୍କ ଉତ୍ତରରେ ଅଙ୍କିତା କହିଥିଲେ ଯେ ମୋତେ ଯେତେବେଳେ ଖବର ମିଳିଲା କି ସୁଶାନ୍ତ ଆତ୍ମହତ୍ୟା କରି ଦେଇଛନ୍ତି, ସେତେବେଳେ ମୋ ଗୋଡ ତଳୁ ମାଟି ଖସିଗଲା ପରି ଲାଗିଥିଲା ।

“ପରେ ମୁଁ ତାଙ୍କ ଶେଷକୃତ୍ୟରେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲି, କାହିଁକି ନା ମୁଁ ଜାଣିଥିଲେ ସୁଶାନ୍ତଙ୍କୁ ସେଭଳି ଅବସ୍ଥାରେ ଦେଖିଥିଲେ ମୁଁ ସେ ଦୃଶ୍ୟକୁ କେବେବି ଭୁଲି ପାରିନଥାନ୍ତି” ।

ପୂର୍ବରୁ ଏହି ଘଟଣାରେ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହା ବ୍ୟତିତ ଏହି ମାମଲାରେ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।

ଏହା ବ୍ୟତିତ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସିବିଆଇ ତଦନ୍ତ ପାଇଁ ଦାବି କରୁଥିବା ବେଳେ କାହିଁକି ଲୁଚୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନ କରିଛି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଏପରିକି ଏକ ଗଣମାଧ୍ୟରେ ସୂଚନା ଦେଇ ଡିଜିପି ଗୁପ୍ତେଶ୍ୱର କହିଛନ୍ତି ଯେ ଯଦି ରିୟା ନିର୍ଦ୍ଦୋଶ, ତାହେଲେ ଆଗକୁ ଆସି ଆମକୁ ଯାଞ୍ଚରେ ସହଯୋଗ କରନ୍ତୁ ।

ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଥିଲେ ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ । ଯାହା ଫଳରେ ବିହାର ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୁମ୍ବାଇରେ ଡେରା ପକାଇବା ସହ ଖୋଳତାଡ ମଧ୍ୟ ଆରମ୍ଭ କରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

Leave a Reply

Your email address will not be published.