ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା; ଅପରାଧିଙ୍କୁ ଧରିବା ପାଇଁ କଲେ ଅନୁରୋଧ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ କେହି ଆକ୍ରମଣ କରିଛନ୍ତି । ଯେଉଁଥିରେ ତାଙ୍କ ଅଙ୍କଲ ଓ ଭାଇଙ୍କର ମୃତ୍ୟୁ ହୋଇଛି ।
ଏସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେବା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ “ମୋ ପରିବାର ସହ ପଞ୍ଜାବରେ ଯାହା ହେଲା ତାହା ଅତ୍ୟନ୍ତ ଭୟଙ୍କର । ମୋ ପିଉସୀ ଓ ଭାଇ ଗୁରୁତର ହୋଇଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ ମୋ ଅଙ୍କଲ ଓ ଭାଇର ମୃତ୍ୟୁ ଘଟିଥିବା ବେଳେ ମୋ ପିଉସୀଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଏପରିକି ସେ ଲାଇଫ୍ ସପୋର୍ଟରେ ରହିଛନ୍ତି” ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ “ସେ ଦିନ ରାତିରେ ମୋ ପରିବାର ସହ କ’ଣ ହେଲା, ସେକଥା ଆଜି ଯାଏଁ ଆମେ ଜାଣିପାରିଲୁ ନାହିଁ । ଏହି ମାମଲାର ଛାନ୍ନଭିନ୍ନ କରିବା ପାଇଁ ମୁଁ ପଞ୍ଜାବ ପୋଲିସକୁ ନିବେଦନ କରୁଛି । ଏମିତି ଅପରାଧିଙ୍କୁ ଖୋଲା ଛାଡିବା ଉଚିତ୍ ନୁହେଁ” ।
ତେବେ ପଞ୍ଜାବ ପୋଲିସର ସୂଚନାନୁଯାୟୀ ଏହି ଘଟଣା ଅଗଷ୍ଟ ୧୯ରୁ ୨୦ ତାରିଖ ମଧ୍ୟରେ ପଞ୍ଜାବର ପଠାନକୋଟ ଜିଲ୍ଲ ସ୍ଥିତ ମାଡ଼ପୁର ନିକଟ ଥରିଆ ଗ୍ରାମରେ ହୋଇଥିଲା ।
ସୂଚନାଥାଉ କି, ନିକଟ ଅତୀତରେ ବ୍ୟକ୍ତିଗତ କାରଣରୁ ଚେନ୍ନାଇ ସୁପର କିଙ୍ଗସର ଜଣାଶୁଣା ବ୍ୟାଟ୍ସ ମ୍ୟାନ୍ ସୁରେଶ ରାଇନା ଆଇପିଏଲ ୨୦୨୦ରୁ ଫେରି ଆସିଥିଲେ ।
ଯାହାକୁ ନେଇ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ରାଇନା ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୦ରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଏଭଳି ସମୟରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ରାଇନା ଓ ତାଙ୍କ ପରିବାର ବର୍ଗଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବୋଲି ଟ୍ୱିଟରେ ଉଲ୍ଲେଖ କରାଯାଇଥିଲା ।
ସେହିପରି ଆଇପିଏଲର ୧୩ ତମ ସଂସ୍କରଣ ସଂଯୁକ୍ତ ଆରବ ଅମିରତ (ୟୁଏଇ) ଠାରେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ମାସ ୧୦ ତାରିଖ ଯାଏଁ ଚାଲିବ ।