ଆଇପିଏଲ ଖେଳିବେନି ସୁରେଶ ରାଇନା; ଭାରତ ଫେରିଲେ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଚେନ୍ନାଇ ସୁପର କିଙ୍ଗସର ଜଣାଶୁଣା ବ୍ୟାଟ୍ସ ବ୍ୟାନ୍ ସୁରେଶ ରାଇନା ଆଇପିଏଲ ୨୦୨୦ରୁ ବାହାରି ଯାଇଛନ୍ତି ।
ଏନେଇ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ରାଇନା ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୦ରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଏଭଳି ସମୟରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ରାଇନା ଓ ତାଙ୍କ ପରିବାର ବର୍ଗଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବୋଲି ଟ୍ୱିଟରେ ଉଲ୍ଲେଖ କରାଯାଇଛି ।
ରାଇନାଙ୍କ ଏଭଳି ନିଷ୍ପତ୍ତି ନରେ ତାଙ୍କ ଫ୍ୟାନ୍ସମାନେ ଚକିତ ହୋଇ ପଡିଛନ୍ତି । ହେଲେ ରାଇନ୍ା ଟୁର୍ଣ୍ଣାମେଣ୍ଟରୁ ବାହାରିବା ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।
ନିକଟରେ ସୁରେଶ ରାଇନା ଇଣ୍ଟରନ୍ୟାସନାଲ୍ କ୍ରିକେଟରୁ ଅବସର ନେଇଥିଲେ । ଧୋନୀଙ୍କ ଅବସର ଗ୍ରହଣ ପରେ ସେ ମଧ୍ୟ ଇନଷ୍ଟାଗ୍ରାମରେ ନିଜର ଅବସର ସମ୍ପର୍କରେ ଘୋଷଣା କରିଥିଲେ ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ଆଉ କିଛି ଦିନ ପରେ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଘଟଣା ସିଏସକେ ଟିମକୁ କିଛିଟା ପ୍ରଭାବିତ କରିପାରେ । ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ୧୨ ସଦସ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଯେଉଁମାନଙ୍କ ମଧ୍ୟରେ ଖେଳାଳି ଓ ସ୍ପୋର୍ଟ୍ସ ଷ୍ଟାଫ୍ ସାମିଲ ରହିଛନ୍ତି ।
ସେହିପରି ଆଇପିଏଲର ୧୩ ତମ ସଂସ୍କରଣ ସଂଯୁକ୍ତ ଆରବ ଅମିରତ (ୟୁଏଇ) ଠାରେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ମାସ ୧୦ ତାରିଖ ଯାଏଁ ଚାଲିବ ।
ନିକଟରେ ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପରୁ ହଟିବା ପରେ ଏହି ସ୍ଥାନ ହାତେଇଛି ଡ୍ରିମ୍-୧୧ ।