ସୁର ବାବାଙ୍କ ପରଲୋକ, ତ୍ରାହି ଅଚ୍ୟୁତ ଆଶ୍ରମକୁ କରିଥିଲେ ପ୍ରତିଷ୍ଠା
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ଵର ଉପକଣ୍ଠ ବାଳକାଟୀର ଝିଣ୍ଟିଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅସୁସ୍ଥତା ଯୋଗୁ ସୁର ବାବା କିଛିଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ ସୁରବାବା।
ସୁର ବାବାଙ୍କୁ ଆଶ୍ରମରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି । ସୁର ବାବାଙ୍କ ଶେଷ ଦର୍ଶନ ପାଇଁ ଶହଶହ ଅନୁଗାମୀ ଓ ତାଙ୍କ ସହଯୋଗୀ ଉପସ୍ଥିତ ଅଛନ୍ତି । ଏବେ ତାଙ୍କ ପାର୍ଥିବଶରୀରରୁ ବାସଭବନରେ ରଖାଯାଇଛି । ସୁର ବାବା ଯେଉଁ ପିଣ୍ଡିକୁ ନିଜେ ନିର୍ମାଣ କରିଥିଲେ ସେଠାରେ ହିଁ ତାଙ୍କୁ ସମାଧି ଦିଆଯିବ ବୋଲି ସୂଚନା ମିଳିଛି ।