ଜେଲରେ କଏଦୀଙ୍କୁ କରୋନା ପ୍ରସଙ୍ଗ : ଚିନ୍ତା ପ୍ରଘଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦିଲ୍ଲୀର ସବୁଠାରୁ ବଡ ତିହାର ଜେଲରେ ୧୯୦ କଏଦୀଙ୍କ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢିଛି । ଏହାସହ କରୋନାରେ କଏଦୀଙ୍କ ମୃତ୍ୟୁ ଖବର ନେଇ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି । ଜେଲରେ ସଂକ୍ରମଣ ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ବନ୍ଦୀଙ୍କୁ ଜାମିନରେ ଛାଡିବାକୁ ବିଚାର କରୁଛନ୍ତି । ଖୁବଶୀଘ୍ର ଏହି ନିର୍ଦ୍ଦେଶ ପାରିତ ହେବ ବୋଲି କୋର୍ଟ କହିଛନ୍ତି ।

ଗତଥର ମଧ୍ୟ କେତେକ ବର୍ଗର ବନ୍ଦୀମାନଙ୍କୁ ସୁପ୍ରିମକୋର୍ଟ ଜାମିନରେ ମୁକ୍ତ କରିଥିଲେ। ଆଜି ଅନୁଷ୍ଠିତ ଶୁଣାଣିରେ CJI NV Ramana କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ବିପଦଜନକ । ଶେଷ ଥର ଅପେକ୍ଷା କରୋନାର ଦ୍ୱିତୀୟ ଲହର ଆହୁରି ବିଚଳିତ କରୁଛି । ଗତଥର ଦାଖଲ ହୋଇଥିବା ଆବେଦନଗୁଡ଼ିକର ପୁନର୍ବିଚାର କରାଯିବା ଆବଶ୍ୟକ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ୨୩ ମାର୍ଚ୍ଚ ୨୦୨୦ରେ ଏକ ଉଚ୍ଚ ଶକ୍ତି କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ କମିଟି ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲା ।

Leave a Reply

Your email address will not be published. Required fields are marked *