ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି ପରିପ୍ରେକ୍ଷୀରେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କର ରେଜିଷ୍ଟ୍ରେସନ୍ କରାଯିବା ସହ ୧୫ ଦିନ ମଧ୍ୟରେ ବିଭିିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସୁପ୍ରିମ୍ କୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ନୂଆ ସ୍କିମ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ପ୍ରବାସୀ ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟବସ୍ଥା କରିବା ଦରକାର । ଏଥିସହ ପ୍ରବାସୀମାନଙ୍କୁ ନିଜ ରାଜ୍ୟରେ ରୋଜଗାର ଦେବା ପାଇଁ କଣ ଯୋଜନା ଓ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ ।

୨୪ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯୋଗ୍ୟତା ଆଧାରରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉ । ନିଯୁକ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । 

Leave a Reply

Your email address will not be published. Required fields are marked *