କରୋନାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ଅନୁକମ୍ପା: ଆସିଲା ସୁପ୍ରିମ ନିର୍ଦ୍ଦେଶ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାରୁ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ କ୍ଷତିପୂରଣ ମାଗିଥିବା ଏକ ଆବେଦନ ଉପରେ ବଡ଼ ନିଷ୍ପତ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ଉଚିତ୍ । ଯଦିଓ ଏହି ପରିମାଣ ରାଶି କେନ୍ଦ୍ର ସରକାର ସ୍ଥିର କରିବେ । COVID-19 କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୬ ସପ୍ତାହ ମଧ୍ୟରେ ନିର୍ଦ୍ଦେଶାବଳୀ ଫ୍ରେମ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନରେ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯିବାକୁ ଦାବି ହୋଇଥିଲା । କୋର୍ଟ ଏହାର କୌଣସି କ୍ଷତିପୂରଣ ରାଶି ସ୍ଥିର କରିନାହାଁନ୍ତି । କିନ୍ତୁ ଏନଡିଏମଏ ଅଧୀନରେ ଥିବା ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପରିମାଣ ନିର୍ଣ୍ଣୟ କରାଯିବ ବୋଲି କହିଛନ୍ତି । ତେବେ ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ଗ୍ରହଣ କରୁନାହାନ୍ତି ସୁପ୍ରିମକୋର୍ଟ । ବାସ୍ତବରେ, କରୋନା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ମାଗିଥିବା ଆବେଦନକୁ କେନ୍ଦ୍ର ବିରୋଧ କରିଥିଲା ।
ଏଥିରେ ଆର୍ଥିକ କ୍ଷମତାର କୌଣସି ସମସ୍ୟା ନାହିଁ ବୋଲି ଏକ ସୁପ୍ରିମକୋର୍ଟରେ କେନ୍ଦ୍ର ଜଣାଇଥିଲା । ଜୁନ୍ ୨୧ ରେ, ସୁପ୍ରିମକୋର୍ଟ ଦୁଇଟି ପିଏଲ୍ ଉପରେ ଏହାର ଆଦେଶ ସଂରକ୍ଷିତ ରଖିଥିଲେ । ଯାହା କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ହିସାବରେ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ଏବଂ କରୋନାଭାଇରସ୍ କାରଣରୁ ପ୍ରାଣ ହରାଇଥିବା ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାକୁ କହିଥିଲେ ।