ବନ୍ଦ ହେଲା ପୂର୍ବତନ ସିଜେଆଇ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ କେସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୁପ୍ରିମକୋର୍ଟ ଦେଶର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କଥିତ ଯୌନ ଉତ୍ପୀଡନ ମାମଲାରେ ଫସାଇବାକୁ ହୋଇଥିବା ଷଡଯନ୍ତ୍ର ଉପରେ ନିଜ ଆଡୁ ମାମଲା ରୁଜୁ କରି ଚଳାଇଥିବା ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।

ନ୍ୟାୟାଳୟର ଏହି ନିଷ୍ପତ୍ତି ପୂର୍ବତନ ବିଚାରପତି ଏକେ ପଟ୍ଟନାୟକଙ୍କ ରିପୋର୍ଟ ଉପରେ ଆଧାରିତ। ତାଙ୍କୁ ଗୋଗୋଇଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଷଡଯନ୍ତ୍ରର ଯାଞ୍ଚ କରିବା ଦାୟିତ୍ଵ ଦିଆଯାଇଥିଲା। ବିଚାରପତି ପଟ୍ଟନାୟକ ତାଙ୍କ ରିପୋର୍ଟରେ ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ରକୁ ସ୍ଵୀକାର କରିଥିଲେ ଏବଂ ଏହାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ  ବୋଲି ଉଲ୍ଲେଖ କରିଥିଲେ।

କୋର୍ଟ ଏହା ମଧ୍ୟ କହିଛନ୍ତି, ଏହି ମାମଲାକୁ ଦୁଇ ବର୍ଷ ବିତି ସାରିଛି ଏବଂ ଗୋଗୋଇଙ୍କୁ ଫସାଇବା ପାଇଁ ହୋଇଥିବା ଷଡଯନ୍ତ୍ରର ଇଲେକ୍ଟ୍ରୋନିକ ରେକର୍ଡ ହାସଲ ସମ୍ଭାବନା ବହୁତ କମ ରହିଛି।

Leave a Reply

Your email address will not be published.