ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ମହାମାରୀକୁ ନଜରରେ ରଖି ସିବିଏସ୍ଇ ସମେତ ରାଜ୍ୟ ବୋର୍ଡ ମଧ୍ୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ। ଏହା ପରେ ମୂଲ୍ୟାୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। କେଉଁ ଆଧାରରେ ମୂଲ୍ୟାୟନ ହେବ ଏବଂ କେବେ ଫଳ ପ୍ରକାଶ ପାଇବ ଏହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତାରେ ଅଛନ୍ତି। ଏହାରି ଭିତରେ ସୁପ୍ରିମକୋର୍ଟ ୧୦ ଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ପାଇଁ ମୂଲ୍ୟାୟନ ସ୍କିମ୍ ଜାରି କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ରାଜ୍ୟ ବୋର୍ଡ ସବିଏସ୍ଇ ଏବଂ ଆଇସିଏସଇ ଭଳି ଧାର୍ଯ୍ୟ ସମୟ ଅବଧି ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରନ୍ତୁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଏଏମ ଖାନଓ୍ବିଲ୍କର ଏବଂ ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ ଓକିଲ ଅନୁଭା ସହାୟ ଶ୍ରବାସ୍ତବଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରିଛନ୍ତି। ଏଥିରେ ରାଜ୍ୟ ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାର ଦ୍ବାଦଶ ପରୀକ୍ଷା କରାଇବାକୁ ନେଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ କହିଛନ୍ତି, ଏନେଇ ରାଜ୍ୟ ସରକାରଙ୍କ ପାଖରେ ସ୍ପଷ୍ଟ ଯୋଜନା ଥିବା ଆବଶ୍ୟକ। ଏମିତି କେମିତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବେ ?
ଏହା ପୂର୍ବରୁ ସିବିଏସଇ, ସିଆଇଏସସିଇ, ୟୁପି ବୋର୍ଡ, ଓଡ଼ିଶା ବୋର୍ଡ, ରାଜସ୍ଥାନ ବୋର୍ଡ, ପଞ୍ଜାବ ବୋର୍ଡ, ହରିୟାଣା ବୋର୍ଡ, ମହାରାଷ୍ଟ୍ର ବୋର୍ଡ, ଗୁଜୁରାଟ ବୋର୍ଡ ସମେତ ଦେଶର ଅନେକ ରାଜ୍ୟ ବୋର୍ହ ନିଜର ଦ୍ବାଦଶ ଶ୍ରେଣୀ ପରୀକ୍ଷା କରୋନା ମହାମାରୀ ପାଇଁ ବାତିଲ କରିଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ପରୀକ୍ଷା ବାତିଲ ନେଇ ଘୋଷଣା କରିନାହାନ୍ତି। ତେବେ ପ୍ରତ୍ୟେକ ରାଜ୍ୟ ବୋର୍ଡର ସମାନ ମୂଲ୍ୟାୟନ ସ୍କିମ ହୋଇପାରିବ ନାହିଁ। ତେଣୁ ଏନେଇ କୌଣସି ନିର୍ଦେଶ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅନ୍ୟପଟେ ଆନ୍ଧପ୍ରଦେଶ ସରକାର ହାଇକୋର୍ଟରେ କହିଥିଲେ, ରାଜ୍ୟ ବୋର୍ଡ ସଫଳତା ପୂର୍ବକ +୨ ପରୀକ୍ଷା କରିପାରିବ। କାରଣ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପାଇଁ ଅନ୍ୟ କୌଣସି ଭରସାଯୋଗ୍ୟ ପଦ୍ଧତି ନାହିଁ। ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ହେବା ନେଇ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର କହିଥିଲେ। ଏହା ପୂର୍ବରୁ ଆସାମ ଏବଂ ତ୍ରିପୁରା ପରୀକ୍ଷା ବାତିଲ କରିଥିବା ନେଇ ଘୋଷଣା କରିଥିଲେ। ପଞ୍ଜାବ ବୋର୍ଡ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲା।