ଡ. ସୁନୀତି ମୁଣ୍ଡ୍‌ଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର, (ଓଡ଼ିଶା ଟାଇମ୍):  ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ। ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପାଇଁ ବିଜେପିର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ପାଇଁ ସୁନୀତି ମୁଣ୍ଡଙ୍କୁ ବିଏମସି ମେୟର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ଏଥର ପୌର ପରିଷଦ ଓ ମହାନଗର ନିଗମରେ ମେୟର ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରିପାରିବେ। ଏହି ପରିପ୍ରେକ୍ଷୀରେ ‌ପୌର ଓ ମହନଗର ନିଗମ ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ମେୟର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।

ବିଜେଡି ପକ୍ଷରୁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବାବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି। ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି ମୁଣ୍ଡ। ତାଙ୍କର ଏକ ଟ୍ରଷ୍ଟ ରହିଛି ଯାହାର ନାଁ ଦକ୍ଷ ୱେଲଫେୟରା ଟ୍ରଷ୍ଟ। ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି । ଓଡିଆରେ ଏମଏ ଓ ସାମ୍ବାଦିକ କ୍ଷେତ୍ରରେ କାମ ମଧ୍ୟ କରିଛନ୍ତି। ଆଜି ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ନାମ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *