ସୁନୀଲ ବଂଶଲ ରାଜ୍ୟା ନୂଆ ପୁଲିସ ମହାନିର୍ଦ୍ଦେଶକ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): କେନ୍ଦ୍ରୀୟ ଡେପ୍ୟୁଟେସନ୍‌ରେ ଥିବା ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ସୁନୀଲ୍‌ କୁମାର ବଂଶଲ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ। ୟୁପିଏସ୍‌ସିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଏହି ବିଜ୍ଞପ୍ତି ଜାରି କରିଛନ୍ତି।
ଶ୍ରୀ ବଂଶଲ ଏବେ ନୁଆଦିଲ୍ଲୀର ଗୁଇନ୍ଦା ବ୍ୟୁରୋରେ ସ୍ଵତନ୍ତ୍ର ନିର୍ଦେଶକ ଭାବେ ନିଯୁକ୍ତ ଅଛନ୍ତି। ସେ ଯେଉଁ ସମୟରୁ ସେବାରେ ଯୋଗ ଦେବେ ସେବେଠାରୁ ଦୁଇବର୍ଷ ଯାଏ ଓଡ଼ିଶା ପୁଲିସରେ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।
ଏବେ ଶ୍ରୀ ଅଭୟ ପୁଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଆଖିରେ ରଖି ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published.