ଆଜି ଶ୍ରୀଜିଉଙ୍କର ସୁନାବେଶ
ପୁରୀ, (ଓଡିଶା ଟାଇମ୍) : ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀବିଗ୍ରହ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ରଥ ଉପରେ ଶ୍ରୀଜିଉମାନଙ୍କ ସୁନାବେଶ ହେବ । ସୁନାବେଶ ଅପରାହ୍ନ ୪ଟାରୁ ଆରମ୍ଭ ହେବ ।
ଆଜି ସକାଳୁ ୩ ରଥରେ ମଙ୍ଗଳ ଆଳତି କରାଯାଇଛି । ଏହାପରେ ଅନ୍ୟାନ ନୀତିକାନ୍ତି ଚାଲିଛି। ଅପରାହ୍ନ ୪ ଟାରେ ହେବ ମେକାପ ସର୍ବାଙ୍ଗ । ୪ ଟାରୁ ସାଢେ ୫ ଟା ମଧ୍ୟରେ ସୁନାବେଶ ହେବାର ନୀତି ନିର୍ଘଣ୍ଟ କରାଯାଇଛି ।
ମହଣ ମହଣ ସୁନା ଆଭୁଷଣ ଲାଗି ହେବେ ମହାପ୍ରଭୁ। ଦୁଇ ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାର ଲାଗି ହେବ। ସୁନାବେଶ ବେଳେ ରଥ ଉପରେ ରହିବେ କମ ସଂଖ୍ୟକ ସେବାୟତ। ଅନ୍ୟପଟେ ଦିନ ୩ଟାରୁ ରାତି ୧୦ଟା ଯାଏ କର୍ଫ୍ୟୁ ଓ ସଟ୍ଡାଉନ ଜାରି ରହିବ।
