ତପସ୍ବିନୀଙ୍କୁ ମାସକୁ ୧୦ହଜାର ଟଙ୍କା ଭରଣପୋଷଣ ଦେବେ ସୁମିତ

ବ୍ରହ୍ମପୁର,(ଓଡିଶା ଟାଇମ୍):  ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ବିନୀ ପାରିବାରିକ ବିବାଦ ମାମଲା । ଆଜି ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ କରାଯାଇଛି । ମାସିକ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପରିତୋଷିକ ହ୍ରାସ ପାଇଁ ଅପିଲ ହୋଇଥିଲା । ଏନେଇ ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ଯୋଗୁ ସୁମିତ ତପସ୍ବିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ । ଆଗରୁ ସୁମିତ ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ ପଡ଼ୁଥିଲା । ତେବେ କୋର୍ଟ ତାଙ୍କ ରାୟରେ ଆହୁରି ମଧ୍ୟ କହିଛନ୍ତି ପରବର୍ତ୍ତୀ ଶୁଣାଣି ଯାଏ ଶାଶୁଘରେ ରହିବେ ତପସ୍ବିନୀ । ଅନ୍ୟତ୍ର କେଉଁ ସ୍ଥାନରେ ରହିବାକୁ କୁହାଯାଇ ନାହିଁ । ଏନେଇ ତପସ୍ବିନୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.