ଟ୍ରାକ୍ଟର ଓଲଟି ବନ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର, (ଓଡିଶା ଟାଇମ) : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ଲେମ୍ବୋ ପଞ୍ଚାୟତର ପାଟପୁର ଗ୍ରାମରେ କାଠ ବୋଝେଇ ଟ୍ରାକ୍ଟର ଓଲଟି ବନବିଭାଗ କର୍ମଚାରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଆଜି ସକାଳ ୧୦ ଟା ସମୟ ରେ ସୁକିନ୍ଦା ବନବିଭାଗର କର୍ମଚାରୀ ମାନେ ପାଟପୁର ଜଙ୍ଗଲରୁ ଚୋରା କାଠକୁ ଜବତ କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ଟ୍ରାକ୍ଟରଟି ଓଲଟି ଯାଇଥିଲା ଯାହାଫଳରେ ଟ୍ରାକ୍ଟର ଚଳାଉ ଥିବା ବନବିଭାଗ କର୍ମଚାରୀ ଶମ୍ଭୁନାଥ ମହାନ୍ତଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି , ଏଠି ପ୍ରଶ୍ନ ଉଠୁଛି ଟ୍ରାକ୍ଟର ଚଲେଇବା ପାଇଁ କୌଣସି ଡ୍ରାଇଭରକୁ କଣ ପାଇଁ ସାଙ୍ଗ ରେ ନେଇନଥିଲେ ସୁକିନ୍ଦା ରେଞ୍ଜର କିମ୍ବା ଫରେଷ୍ଟର , ଜଣେ ବନବିଭାଗ ସ୍କ୍ୱାର୍ଡଙ୍କୁ କେଉଁ ପରିସ୍ଥିତିରେ ଟ୍ରାକ୍ଟର ଚଲେଇବାକୁ ଅନୁମତି ଦିଆଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ? ଆଉ ଏକ ବଡ ଘଟଣା ସାମ୍ନା କୁ ଆସିଛି ଯେଉଁ ଟ୍ରାକ୍ଟରଟି ଦୁର୍ଘଟଣା ଗସ୍ତ ହୋଇଛି ଉକ୍ତ ଟ୍ରାକ୍ଟର ଟି ର ନଂ OD 05 U 8311 ଏହି ଟ୍ରାକ୍ଟରଟି ସୁକିନ୍ଦା ବନବିଭାଗ ମାଲିକାନା ରେ ଥିବା ବେଳେ ଉକ୍ତ ଟ୍ରାକ୍ଟରର ଇନ୍ସୁରାନ୍ସ ଗତ ବର୍ଷ ଅଗଷ୍ଟ ମାସରୁ ସରି ଯାଇଥିବା ବେଳେ ବିନା ଇନ୍ସୁରାନ୍ସରେ ରାସ୍ତା ଉପରେ ଟ୍ରାକ୍ଟର ଚାଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିଲା l ସୁକିନ୍ଦା ବନବିଭାଗ କର୍ମଚାରୀଙ୍କ ଦାଇତ୍ୱ ହୀନତା ସାମ୍ନାକୁ ଆସିଛି , ଏନେଇ ବନବିଭାଗ କର୍ମଚାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁକିନ୍ଦା ବନ ବିଭାଗର କୌଣସିବି କର୍ମଚାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲି ବାକୁ ନାରାଜ ।

Leave a Reply

Your email address will not be published. Required fields are marked *