ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ
ଭୁବନେଶ୍ଵର, (ଓଡିଶା ଟାଇମ୍) : ମିଶନ ଶକ୍ତି ନିର୍ଦ୍ଦେଶିକା ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତା ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଡାକ୍ତର ରାଉତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ଆଜି ସଂଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ର ବାଲୁରିଆ ଗାଁରେ ଜନ୍ମଗ୍ରହଣ କରିଥିବା ଡାକ୍ତର ରାଉତ ୧୯୭୨ ମସିହାରେ ଏସସିବି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରୁ ଡାକ୍ତରୀ ପାଠ ସାରି ଜାମସେଦପୁରରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ ତାଙ୍କର ବିଶେଷ ଖ୍ୟାତି ଥିଲା ।