ମାସ୍କ ପିନ୍ଧିବା ବାଧ୍ୟତାମୂଳକ,ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ସିପି

ଭୁବନେଶ୍ୱର,(ଓଡଶା ଟାଇମ୍):  କୋରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି ଯେ, କୋରୋନା ଏ ପର୍ଯ୍ୟନ୍ତ ଯାଇନି । ସମସ୍ତେ ସତର୍କ ରୁହନ୍ତୁ । ଆଉ ଲକଡାଉନ ନିୟମକୁ ପୂର୍ବ ଭଳି ପାଳନ କରନ୍ତୁ । ସାମାଜିକ ଦୂରତା ପ୍ରତ୍ୟକ ଲୋକ ରକ୍ଷା କରନ୍ତୁ ବୋଲି ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏବେବି କୋରୋନା ଭଳି ବିପଦ ଟଳିନି ତେଣୁ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ଜରୁରୀ । ସେହିପରି ସାମାଜିକ ଦୂରତା ପାଳନ କରିବା ସହ ବାହାରେ ଛେପ ନ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ଆଉ ଲୋକଙ୍କୁ ସଚେତନ ପାଇଁ ମାଇକ ଯୋଗେ ପ୍ରଚାର କରାଯିବ । ତେବେ ଯେଉଁ ବ୍ୟକ୍ତି ନିୟମ ପାଳନ ନ କରିବ ତାହା ବିରୁଦ୍ଧରେ ଦୃଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published.