ସମ ଅଲଟିମେଟ ମେଡିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ, ଚିକିତ୍ସାରେ ଆଉ ଏକ ସଫଳତା ହାସଲକଲା ସମ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା | ସମ ଅଲଟିମେଟ ମେଡିକେୟାର ରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ। ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇ ପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆର ରେ ଭର୍ତି ହୋଇଥିଲେ |

ସମ୍‌ର ନେଫରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ୱାସ୍ଥ୍ୟ ଅବସ୍ଥା କୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସୀସ ଆରଂଭ କରାଯାଇଥିଲା | ତେବେ ପରବର୍ତୀ ପର୍ଯାୟରେ କିଡ଼ନୀ ପ୍ରତ୍ୟାରୋପଣ ର ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି | ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା |

କିଡ଼ନୀ ପ୍ରତ୍ୟାରୋପଣ ର ସମସ୍ତ ପ୍ରସ୍ତୁତି ପରେ ଯୁବତୀ ଙ୍କ ମାଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା | ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ |
ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନର ଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ, ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଥିଲେ ବୋଲି ଡାକ୍ତର ଦାସ କହିଛନ୍ତି |

ତେବେ ଯୁବତୀ ଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି | ଡୋନରଙ୍କ ଠାରୁ କିଡ଼ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା ୪ ରୁ ୫ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି | ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ ରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି |

ଏହି ପ୍ରକ୍ରିୟା ଏକ ଟିମ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି |ଏହା ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସ ପ୍ଲାଣ୍ଟ କୋଅର୍ଡିନେଟର ଙ୍କ ସହଯୋଗ ଦ୍ୱାରା ସମ୍ବବ ହୋଇପାରିଛି ବୋଲି ଉଭୟ ଡାକ୍ତର | ଝିଅ ସୁସ୍ଥ ହେବା ପରେ ସମ୍ମମ ଓ ଦୁଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବତୀଙ୍କ ମା |

Leave a Reply

Your email address will not be published. Required fields are marked *