ମୋଦୀଙ୍କୁ ରାବଣ କହିଲେ ସୁବ୍ରମଣିୟନ୍ ସ୍ୱାମୀ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): କଂଗ୍ରେସ ନେତା ଦିଗ୍ବିଜୟ ସିଂହ, ମଲ୍ଲିକାର୍ଜ୍ଜୁନ ଖଡ଼୍ଗେଙ୍କ ପରେ ଖୋଦ୍ ହନ୍ଦୁତ୍ୱ ବିଚାରଧାରାର ଦୃଢ଼ ସମର୍ଥକ ସୁବ୍ରମଣିୟନ୍ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି ସମ୍ବୋଧନ କରିଛନ୍ତି। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହିପରି ସମ୍ବୋଧନ କରି ସେ ମୋଦୀଙ୍କ ବିରୁଦ୍ଧରେ କୋର୍ଟକୁ ଯିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ରରେ ସଂସ୍କାର ନାଁରେ ପବିତ୍ର ହିନ୍ଦୁ ଐତିହ୍ୟ ତଥା ମନ୍ଦିରଗୁଡ଼ିକୁ ଭାଙ୍ଗିବା ବିରୁଦ୍ଧର ଶ୍ରୀ ସ୍ୱାମୀ ଏହିପରି କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ନିଜକୁ ଧାର୍ମିକ ବୋଲି ଦାବି କରୁଥିବା ମୋଦୀ ‘ ରାବଣ’ ସଦୃଶ। ବାରାଣସୀ ପରେ ଉତ୍ତରାଖଣ୍ଡ ଏବଂ ଏବେ ମହାରାଷ୍ଟ୍ରରେ ଦେବେନ୍ଦେ୍ର ଫଡ଼ନାଭିସ୍ଙ୍କ ସରକାର ମାଧ୍ୟମରେ ମହାରାଷ୍ଟ୍ରର ପବିତ୍ରସ୍ଥଳି ପନ୍ଧରପୁରରେ ପବିତ୍ରସ୍ଥଳଗୁଡ଼ିକୁ ଭାଙ୍ଗିବା ଯୋଜନା କରିଛନ୍ତି। ଏହା ହିଂସା ଓ ନରସଂହାରକୁ ପ୍ରୋତ୍ସାହିତ କରିପାରେ ବୋଲି ଶ୍ରୀ ସ୍ୱାମୀ ଆଶଙ୍କା କରିଛନ୍ତି। ଏହା ବିପକ୍ଷରେ ସେ ମୁମ୍ବାଇ ହାଇକୋର୍ଟକୁ ଯିବ ବୋଲି ଟ୍ୱିଟରରେ ସ୍ପଷ୍ଟ କରିଛନ୍ତି ସୁବ୍ରମଣିୟନ୍।