ମେୟର ହେବା ପରେ ସାଂସଦ ପଦ ଛାଡିଲେ ସୁବାସ ସିଂହ, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଠାଇଲେ ଇସ୍ତଫା ପତ୍ର

କଟକ, (ଓଡିଶା ଟାଇମ୍): ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ସୁବାସ ସିଂ। କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ, ସୁବାସ ସିଂହ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏପ୍ରିଲ ୨, ୨୦୨୦ରେ ସାଂସଦ ଭାବେ ଦାୟିତ୍ୱ ନେଇଥିଲେ । ଏବେ ସେ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଯାହାପରେ ସେ ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ଶ୍ରମିକ ନେତା ଭାବେ ଖୁବ୍‌ ଜଣାଶୁଣା ସୁବାସ ସିଂହ । ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ବେଶ୍‌ ଜଣାଶୁଣା ସୁବାସ ସିଂହ । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍‌ ପାଇଁ ସେ ସର୍ବଦା ଲଢେଇ କରନ୍ତି । ଆଉ ଏବେ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published.