ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର,( ଓଡ଼ିଶା ଟାଇମ୍):ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫ୍ ଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଭିସୁଟ୍ ପରିସରରେ ଧାରଣା ଦେଇଛନ୍ତି ।

ଆଜି ସେମାନଙ୍କର ପଞ୍ଚମ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ, ଅଫ୍ ଲାଇନ୍ ପରୀକ୍ଷାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ତେବେ ଏହି ପରୀକ୍ଷା ଗତ ଡିସେମ୍ବରରେ ହୋଇଥାନ୍ତା , କିନ୍ତୁ କରୋନା ପାଇଁ ସ୍ଥଗିତ ରହିଥିଲା । ୫ ଦିନ ପୂର୍ବରୁ ସେମାନେ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇସାରିଛନ୍ତି ।

ହେଲେ ପୂର୍ବରୁ ସ୍ଥଗିତ ଥିବା ପଞ୍ଚମ ସେମିଷ୍ଟର ପାଇଁ ପଢ଼ିବାକୁ ସମୟ ମିଳିନଥିବା ବେଳେ, ଏହି ସେମିଷ୍ଟରକୁ କିଛି ସମୟ ଘୁଞ୍ଚାଇ ଅନଲାଇନ ମାଧ୍ଯମରେ କରାଯାଉ ,କିମ୍ବା ଗ୍ରେଡିଂ ହିସାବରେ ମାର୍କ ଦିଆଯାଉ ବୋଲି ଦାବି କରି ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *