ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ହଲ୍ଲାବୋଲ, ଲୋୟର ପିଏମଜିରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ବର, ( ଓଡିଶା ଟାଇମ୍): ପୁଣି ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଧାନସଭା ଗେଟ୍‌ ଆଗରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ବିଧାନସଭାକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ ଉଦ୍ୟମ କରୁଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରିସ୍ଥିତି ଏମିତି ହୋଇଥିଲା ଯେ, ବିଧାନସଭା ଗେଟ୍‌ ଆଗରୁ କିଛି କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ । ସେପଟେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ କିଛି ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସର କର୍ମୀ । ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ ଉପରକୁ ପୋଲିସର ଲାଠି ଚାର୍ଜ କରିଥିବା ସୂଚନା ରହିଛି । ସୂଚନାଥାଉିକ, ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ହଲ୍ଲା ବୋଲ ଡାକରା ଦେଇଛି ।

ଗତକାଲି ଏମିତି ଭାବେ ନେଇ ଲୋୟର ପିଏଜିରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ମଧ୍ୟ ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ବିଜେପି ଓ ପୋଲିସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଘଟଣା ଏମିତି ହେଲା ଯେ, ବିଜେପି କର୍ମୀଙ୍କୁ ବାଡେଇବାକୁ ପଛାଇନଥିଲା ପୋଲିସ ।

Leave a Reply

Your email address will not be published. Required fields are marked *