ସୁନା, ରୁପା କାହାଣୀ…

ଭୁବନେଶ୍ବର: ସୁନା-ରୁପା ଦି ଭଉଣୀ, ନା ଉଭୟେ ପରସ୍ପରର ସଉତୁଣୀ ! ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ପ୍ରତୀକ, ସୁନା ଓ ରୁପା ମଧ୍ୟରେ କାହିଁକି ଏମିତି ପ୍ରତିଦ୍ବନ୍ଦିତା ଚାଲିଛି ! ସୁନା ଓ ରୁପାର ଦାମକୁ କିଏ ବଢ଼ାଉଛି… କିଏ ଖସାଉଛି ! ଏହା ସାଧାରଣ International Market Driven ନା ଏହା ପଛରେ ଚାଲିଛି ବଡ଼ ଷଡ଼ଯନ୍ତ୍ର ! ବଡ଼ ବଡ଼ ନିବେଶକ ଓ କମ୍ପାନି, ଅନ୍ତର୍ଜାତୀୟ ସ୍ତରରେ ସୁନା ଓ ରୁପାକୁ ନେଇ ଏମିତି ଦରଦାମର ଖେଳ ଖେଳୁଛନ୍ତି କି ! ମାର୍କେଟରେ ଗୋଟେ Euphoria Create କରି ବଡ଼ବଡ଼ ନିବେଶକ ଦାମ ବଢ଼ାଇ ଦେବା ପରେ, ବିକିଦେଇ Profit Bookingରେ ମାତି ନାହାଁନ୍ତି ତ ! ଏହି ଦୁଇ Costly Metalର ଦାମ ବଢ଼ିବା ଓ ଖସିବା ପଛରେ Geo-political ପରିସ୍ଥିତିର କଣ ରହୁଛି ଭୂମିକା ! ସୁନାର ଓ ରୁପାର ଭବିଷ୍ୟତ କଣ ! କେତେ ଉପରକୁ ଯିବ ଏହି ଦୁଇ ଧାତୁର ମୂଲ୍ୟ ! ସୁନା ଓ ରୁପା କ୍ଷୁଦ୍ର ନିବେଶକଙ୍କ ପାଇଁ କଣ ଆଶା ରଖୁଛି ! ଏହି ଦୁଇ ମୂଲ୍ୟବାନ ଧାତୁରେ କେମିତି ନିବେଶ କରିବା ଦରକାର ! Price Up n Downକୁ କେମିତି Adjust କରିବେ କ୍ଷୁଦ୍ର ନିବେଶକ ! ମୋଟାମୋଟି ଉପରେ କହିବାକୁ ଗଲେ, ବର୍ତ୍ତମାନର ଦାମରେ ସୁନା ଓ ରୁପାରେ ନିବେଶ କେତେ Risky !…

କଥାରେ ଅଛି Higher the risk, Higher the profit । ତେବେ ସୁନା ଓ ରୁପାର ବର୍ତ୍ତମାନର Risky ମାର୍କେଟରେ କିଭଳି ନିବେଶ ପନ୍ଥା ଆପଣାଇଲେ କ୍ଷୁଦ୍ର ନିବେଶକ Riskକୁ Proffitରେ ରୂପାନ୍ତରିତ କରିପାରିବେ ! ଆଗକାଳରେ ସ୍ବର୍ଣ୍ଣ ଓ ରୌପ୍ୟ ମୁଦ୍ରା ପ୍ରଚଳନ ହେଉଥିଲା । ଏବେ କିନ୍ତୁ ତାହା ନାହିଁ । ସୁନା ଓ ରୁପା ସିନା ଆଉ ବିନିମୟର ମାଧ୍ୟମ ହୋଇ ନାହିଁ, କିନ୍ତୁ ଏହି ଦୁଇ ଧାତୁ କେବେ ବି ମୂଲ୍ୟ ହରାଇ ନାହାଁନ୍ତି । ଉପର-ତଳ, ତଳ-ଉପର ହୋଇ Price Correction ହୋଇଛି, କିନ୍ତୁ Year on Year, Price Graph ସବୁବେଳେ ଉପରମୁହାଁ ରହିଛି । ଯାହା ସ୍ପଷ୍ଟ କରି ଦେଉଛି, ସୁନା ଓ ରୁପାରେ ନିବେଶ, କେବେ ବି ନିବେଶକଙ୍କୁ ଧୋକା ଦେବନି । କିନ୍ତୁ ବୁଝି ବିଚାରି, ମାର୍କେଟର ସ୍ଥିତି ଦେଖି ନିବେଶ କରିବାର ଅଛି । ବିଶେଷଜ୍ଞଙ୍କ ମତ, ଏହି ଦୁଇ ଧାତୁରେ ନିବେଶର ସବୁଠାରୁ Best ତରିକା ହେଉଛି SIP ବା Systematic Investment Plan । ୨୪ କ୍ୟାରେଟ ସୁନାର ଦାମ, ୧ ଲକ୍ଷ ୮୮ ହଜାର ପାଖାପାଖି ଯାଇ ଖସିଛି । ସେହିଭଳି ରୁପା କେଜି ସାଢ଼େ ୪ ଲକ୍ଷ ପାଖାପାଖି ଯାଇଛି । କିନ୍ତୁ ମୂଲ୍ୟରେ ଏବେ ଯେଉଁ ହ୍ରାସ ହେଉଛି ତାର ମୁଖ୍ୟ କାରଣ ହେଉଛି, ବଡ଼ ବଡ଼ ନିବେଶକମାନେ Proffit Booking କରୁଛନ୍ତି । ଦାମ ଖସିବା ପରେ ସେମାନେ ପୁଣି କିଣିବେ, ଦାମ ବଢ଼ିଗଲେ ପୁଣି ବିକିବେ । ମାର୍କେଟ ଏମିତି ଚାଲିବ ହିଁ ଚାଲିବ । ତେଣୁ ଏଭଳି ସ୍ଥିତିରେ ଆପଣଙ୍କୁ ହିଁ ମାର୍କେଟର ସବୁ Angle Explore କରି ନିବେଶ କରିବାକୁ ପଡ଼ିବ । କାରଣ Investment in markets are subject to market risks, So read all scheme related doccuments carefully, before investing ।…

ଗତ ବର୍ଷକ ମଧ୍ୟରେ ସୁନା ଓ ରୁପା ଦର ଆକାଶ ଛୁଆଁ ହୋଇଛି । ୨୦୨୪ ଫେବ୍ରୁଆରିରୁ ୨୦୨୫ ସେପ୍ଟେମ୍ବର ମଧ୍ୟରେ ସୁନାର ଦାମ ଶହେ ପ୍ରତିଶତରୁ ଅଧିକ ବଢ଼ିଛି । ଯାହା ଶହେ ବର୍ଷ ମଧ୍ୟରେ ଦେଖିବାକୁ ମିଳିନି । ସେହିଭଳି ରୁପା ଦାମରେ ୧୭୦ରୁ ୨୮୭ ପ୍ରତିଶତ ବୃଦ୍ଧି ହୋଇଛି । ବର୍ଷକ ତଳେ ଯେଉଁ ରୁପାର ଦାମ କେଜି ପ୍ରତି ଲକ୍ଷେ ଟଙ୍କା ଭିତରେ ଥିଲା, କେମିତି ତାହା ସାଢ଼େ ୪ ଲକ୍ଷ ପାଖକୁ ଚାଲିଗଲା ! ସୁନା ଓ ରୁପାର ଦାମ ବୃଦ୍ଧିକୁ ଯଦି ତୁଳନାତ୍ମକ ଦୃଷ୍ଟିକୋଣରୁ ଦେଖିବା, ତାହେଲେ, ସୁନାର ଦାମ ତୁଳନାରେ ରୁପାର ଦାମ ପ୍ରତିଶତ ଦୃଷ୍ଟିକୋଣରୁ ଯଥେଷ୍ଟ ବଢ଼ିଛି ।…

କାହିଁକି ଏମିତି ବଢୁଛି ରୁପାର ଦାମ ! କାହିଁକି ଅନ୍ତର୍ଜାତୀୟ ବଜାରରେ ରୁପାର ଏତେ ଚାହିଦା ! କି କି କାମରେ ଲାଗୁଛି ରୁପା ! ରୁପାର ଦାମ ଯଦି ଏମିତି ବଢ଼େ, ତେବେ ଏମିତି ବି କଣ ଦିନ ଆସିବ କି, ସୁନାଠାରୁ ରୁପା ଦାମିକା ହୋଇଯିବ ! ସୁନା ଏକ Product ହୋଇଥିବା ବେଳେ ରୁପା ଏକ Byproduct । ଅର୍ଥାତ ସୁନାର ଖଣି ଅଛି, କିନ୍ତୁ ରୁପାର ସେମିତି ଖଣି ନାହିଁ । ପାଖାପାଖି ୭୫ ପ୍ରତିଶତ ରୁପା Byproduct । ତମ୍ବା, ଦସ୍ତା ଓ ଶିସା ଖଣିରୁ ହିଁ ରୁପା ବାହାରିଥାଏ । ରୁପା ଏସବୁ ଧାତୁ ସହ ମିଶିକରି ଥିବା ବେଳେ ତାହାକୁ ଅଲଗା କରାଯାଇଥାଏ । ତମ୍ବା, ଦସ୍ତା ଓ ଶିସା ପାଇଁ ଖଣି… କିନ୍ତୁ ସେଥିରୁ ବାହାରୁଥିବା ରୁପାର ଦାମ, ଏସବୁ ଧାତବ ପଦାର୍ଥର ଦାମଠାରୁ ଯଥେଷ୍ଟ ଅଧିକ । ରୁପାର ଚାହିଦା ବଢୁଥିରୁ ଦାମ ବଢୁଛି । କିନ୍ତୁ ତମ୍ବା, ଦସ୍ତା କିମ୍ବା ଶିସାର ଚାହିଦା କିମ୍ବା ଦାମ ସେହିଭଳି ଅନୁପାତରେ ବଢୁନି । ତେଣୁ ଯଦି ଏହି ୩ ଧାତୁର ଦାମ ସେହି ଅନୁପାତରେ ବଢୁନି, ତେଣୁ ଅଧିକ ଖଣି ଖନନର କଣ ବା ଆବଶ୍ୟକତା ରହିଛି ! ରୁପାକୁ ଟାର୍ଗେଟ କରି ତ ଖଣି ଖୋଳି ହେବନି । କାରଣ ସେହି ତମ୍ବା, ଦସ୍ତା ବା ଶିସା ଖଣିରୁ ରୁପା ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ରୁପାର Production ଏକପ୍ରକାର ସୀମିତ କହିଲେ ଭୁଲ ହେବନି । ଯେତେବେଳେ Production ସେଭଳି ନାହିଁ, କିନ୍ତୁ Demand ବଢ଼ି ବଢ଼ି ଚାଲିଛି… ତେଣୁ ଦାମ ବା କମିବ କେମିତି !…

ଏବେ ଆସନ୍ତୁ ଜାଣିବା କେଉଁ କେଉଁ କାମରେ ଲାଗୁଛି ରୁପା ! ଏବେ EV, Solar ଓ Wind Energyର ଜମାନା । Electric Vehicle ନିର୍ମାଣରେ ରୁପାର ଆବଶ୍ୟକତା ଯଥେଷ୍ଟ ରହୁଛି । ସେହିଭଳି Solar Panelରେ ବି ରୁପା ବ୍ୟବହାର କରାଯାଉଛି । ଏହାଛଡ଼ା ମୋବାଇଲ୍ ଫୋନ୍ ଏବଂ ବିଭିନ୍ନ Medical Equipment ପ୍ରସ୍ତୁତିରେ ବି ରୁପାର ଯଥେଷ୍ଟ ଆବଶ୍ୟକତା ରହିଛି । ଏବେ ବିଶ୍ବର ସବୁ ଦେଶ Solar Energy ଉପରେ ଅଧିକ Focus କରୁଛନ୍ତି । ୨୦୩୦ ସୁଦ୍ଧା Solar Energy ଉତ୍ପାଦନ ୩ ଗୁଣା ହେବା ଲକ୍ଷ୍ୟ ରଖାଯାଇଛି । ସେହିଭଳି Electric Vehicleର ଚାହିଦା ଓ ବ୍ୟବହାର ମଧ୍ୟ ବଢୁଛି । ତେଣୁ ଏଭଳି ସ୍ଥିତିରେ ଆଗକୁ ଅଧିକରୁ ଅଧିକ ରୁପାର ଆବଶ୍ୟକତା ପଡ଼ିବ । ତେଣୁ ଦାମ ବଢ଼ିବା ହିଁ ଏକ ପ୍ରକାର ନିଶ୍ଚିତ ।…

ସୁନା ଓ ରୁପା ମଧ୍ୟରେ ସବୁଠାରୁ ବଡ଼ ତଫାତ ହେଉଛି Recyling । ସୁନା ଗୋଟେ Product ହୋଇଥିବା ବେଳେ Recycling ପଦ୍ଧତିରେ ମଧ୍ୟ ତାହା ମିଳିପାରୁଛି । କିନ୍ତୁ Byproduct ରୁପା Recycling ପଦ୍ଧତିରେ ଫେରିପାରୁନି । ଏହାର ପ୍ରମୁଖ କାରଣ ହେଉଛି, ରୁପା କ୍ଷେତ୍ରରେ Recycling Highly Expensive । ବିଶ୍ବରେ ମିଳୁଥିବା ରୁପାର ମାତ୍ର ୧୫ ପ୍ରତିଶତ ଅଳଙ୍କାର କିମ୍ବା ଅନ୍ୟ କୌଣସି ବ୍ୟାବହାରିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି । ୮୫ ପ୍ରତିଶତ ବିଭିନ୍ନ ସାମଗ୍ରୀ ନିର୍ମାଣରେ ଲାଗୁଛି । ଆଉ ଯେଉଁସବୁ ସାମଗ୍ରୀ ନିର୍ମାଣରେ ବ୍ୟବହାର ହେଉଛି, ସେସବୁ ସାମଗ୍ରୀର ଚାହିଦା ଏବଂ ବ୍ୟବହାର ଆଗକୁ ଆହୁରି ବଢ଼ିବାର ଅଛି । ପୁଣି ଏବେ ବିଭିନ୍ନ ଖଣିରୁ Byproduct ଭାବେ ଯେଉଁ ରୁପା ବାହାରୁଛି, ତାହାର ଗୁଣାତ୍ମକ ମାନ ସେତେଟା ରହୁନି । Refine କରିବା ବ୍ୟୟବହୁଳ ହେଉଛି । ତେଣୁ ଏସବୁ ସ୍ଥିତିକୁ ଦେଖି ଆପଣ କୁହନ୍ତୁ ତ, ରୁପାର ଦାମ ଆଗକୁ ବଢ଼ିବ ନା କମିବ !…

ବ୍ୟାବହାରିକ ଆବଶ୍ୟକତା ବଢୁଥିବାରୁ ରୁପାର ଦାମ ବଢୁଛି । କିନ୍ତୁ ଏମିତି ଅହେତୁକ ଭାବେ ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି Digital ପଦ୍ଧତିରେ ନିବେଶ । ଏବେ ସୁନା ଓ ରୁପାରେ Digital ପଦ୍ଧତିରେ ନିବେଶ ଯଥେଷ୍ଟ ମାତ୍ରାରେ ବଢ଼ିଛି । ଆଗକୁ ଆହୁରି ବଢ଼ିବ ମଧ୍ୟ । ଉଦ୍ଧାହରଣ ସ୍ବରୂପ ଗୋଟେ Ounce ରୁପା ପାଇଁ ଶତାଧିକ Paper Contract ହେଉଛି । ବର୍ତ୍ତମାନ ଗୋଟେ Ounce ରୁପାର Digital ନିବେଶରେ ୨ ଶହରୁ ୩ ଶହ ମଧ୍ୟରେ Paper Contract ହେଉଛି । ଥରେ ଭାବିଲେ ଦେଖି, ଏହି ନିବେଶକମାନେ ଯଦି ସେମାନଙ୍କ ରୁପାକୁ Physically ନେବାକୁ ଚାହାଁନ୍ତି, ତେବେ କଣ ହେବ ସ୍ଥିତି ! ମାମଲା Cashରେ Settle ହେଉଛି ବୋଲି ସ୍ଥିତି ଏକ ପ୍ରକାର ଅଛି । କାରଣ ଏବେ Trend ଉପରମୁହାଁ ଥିବା ବେଳେ Trendର ବିପରୀତରେ ଯିବା ମଧ୍ୟ ବଡ଼ Risky ହୋଇପାରେ । ୨୦୨୧ରେ ନିକେଲ କ୍ଷେତ୍ରରେ ଏମିତି ଦେଖିବାକୁ ମିଳିଥିଲା । Liverage Unwind ହେବା ପରେ ମାର୍କେଟରେ ନିକେଲ ଦାମ ଅତିମାତ୍ରାରେ Volatile ହୋଇ ପଡ଼ିଥିଲା । ରୁପା କ୍ଷେତ୍ରରେ ବି ସେମିତି ହେବା କିଛି ଅସମ୍ଭବ ନୁହେଁ । ସୁନା ଓ ରୁପା କ୍ଷେତ୍ରରେ 1929ର Deflation ସ୍ଥିତି ପୁଣି ରିପିଟ୍ ହେବାକୁ ଯାଉନି ତ !…

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ମଧ୍ୟରେ ଅନୁପାତ ରହିଛି 1:46 । ସାଧାରଣତଃ ଏହା 1:10 କିମ୍ବା 1:15 ମଧ୍ୟରେ ରହିବା ଦରକାର । କୋଭିଡ ବେଳେ ଏହି Ratio ବା ଅନୁପାତ କେତେକୁ ଯାଇଥିଲା ଜାଣନ୍ତି ! 1:125 ଯାଏଁ ଚାଲି ଯାଇଥିଲା । ଭବିଷ୍ୟତ ପାଇଁ ରୁପାର Fundamental Support ମଜଭୁତ ଥିବା ବେଳେ ବର୍ତ୍ତମାନ ଏହା Overvalued ନା Undervalued ! ବର୍ତ୍ତମାନର ପରିସ୍ଥିତିରେ ସୁନା ଓ ରୁପା ଅନୁପାତ 1:40 ଓ 1.50 ମଧ୍ୟରେ ରହିଛି । ତେଣୁ ରୁପାକୁ Overvalued କହିଲେ ଭୁଲ ହେବନି । ସୁନା ଓ ରୁପାର ଦାମକୁ ଯଦି ଦେଖିବା, ସବୁବେଳେ ସୁନାଠାରୁ ରୁପାର ଦାମ ଅଧିକ Volatile ରହି ଆସିଛି । ଅର୍ଥାତ, Price Fallକୁ Hold କରିବାର କ୍ଷମତା ରୁପାଠାରୁ ସୁନାର ଅଧିକ ରହିଛି ।…

ସୁନା ଓ ରୁପା ଦାମ ବଢ଼ିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରେ ଯୁଦ୍ଧ ସ୍ଥିତି । ଯୁଦ୍ଧ ସ୍ଥିତି ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ Tariff Terror ସାରା ବିଶ୍ବରେ Supply Chainକୁ କରିଛି ପ୍ରଭାବିତ । ଯେଉଁଥି ପାଇଁ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଉଛି । ଆଉ ମୁଦ୍ରାର ବିକଳ୍ପ ଭାବେ ଲୋକେ Yellow ଏବଂ White Metalକୁ ଅଧିକ ଭରସା କରୁଛନ୍ତି… ଅଧିକରୁ ଅଧିକ ନିବେଶ କରୁଛନ୍ତି । ଏଭଳି ସ୍ଥିତିରେ ନିବେଶ ନିଷ୍ପତ୍ତି କେବଳ ଆପଣଙ୍କର…

Leave a Reply

Your email address will not be published. Required fields are marked *