ମହାରାଷ୍ଟ୍ରରେ ୧୫ ଦିନ ପାଇଁ ବଢ଼ିଲା ଲକଡାଉନ୍
ମୁମ୍ବାଇ, (ଓଡିଶା ଟାଇମ୍): ମହାରାଷ୍ଟ୍ରରେ ପାଇଁ ବଢ଼ିଲା ଲକଡାଉନ୍ । ଜୁନ୍ ୧ ପର୍ଯ୍ୟନ୍ତ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ନଆଣିଲେ ରାଜ୍ୟରେ ପ୍ରବେଶ ନିଷିିଦ୍ଧ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆଗାମୀ ଜୁନ୍ ୧ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସଂକ୍ରମଣରେ କାବୁ ପାଇବାକୁ ପୁରୁଣା ନିୟମ ସହ କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି ।
ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ rt-pcr ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବରୁ ହୋଇଥିବା ଆବାଶ୍ୟକ ଏହି ରିପୋର୍ଟ । ପୂର୍ବରୁ ସର୍ବାଧିକ କରୋନା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଥିଲା ଏହି ନିୟମ । କିନ୍ତୁ ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରୁ ଆସୁଥିବା ନାଗରିକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି।