ମାଡି ଆସୁଛି ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍’

ଲଣ୍ଡନ , (ଓଡିଶା ଟାଇମ୍) :ୟୁକେର କିଛି ଅଞ୍ଚଳରେ ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍ ତାଣ୍ଡବ ରଚିପାରେ । ଏହାର ପ୍ରବାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା ରହିଛି । ଏହାକୁ ନେଇ ସାଉଥ୍ ୟର୍କସାୟାରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏଠାକାରର ବାସିନ୍ଦାଙ୍କୁ ମଙ୍ଗଳବାରରୁ ଗୁରୁବାର ଯାଏଁ ସତର୍କ ରହିବାକୁ କୁହାଯାଇଛି । ଇଂଲଣ୍ଡର ଉତ୍ତର-କେନ୍ଦ୍ରାଞ୍ଚଳରେ ଏହାର ପ୍ରଭାବ ପଡିବ । ମାଞ୍ଚେଷ୍ଟର୍, ଲିଡସ ଓ ସିଫିଲ୍ଡ ସହ ପିଟରବର୍ଗରେ ମଧ୍ୟ ଝଡ ତାଣ୍ଡବ ରଚିବ ।

ଡୋନକାଷ୍ଟରର ମେୟର ରୋସ୍ ଜୋନସ କହିଛନ୍ତି ଯେ,  ସାଉଥ୍ ୟର୍କସାୟାରରେ ଲୋକଙ୍କୁ ବାତ୍ୟା, ବନ୍ୟା ଓ ବର୍ଷା ପାଇଁ ସତର୍କ ସୂଚନା ପ୍ରଦାନ କରାଯାଇଛି । ତେବେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର ଥିବା ସେ ପ୍ରକାଶ କରିଛନ୍ତି । ତେବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଚି । କରୋନା କଟକଣା ମଧ୍ୟରେ ସମସ୍ତ ପ୍ରକ୍ରିୟା ହେଉଥିବା ସେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ମଧ୍ୟରାତ୍ରରୁ ୟୁକେର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଏହାଫଳରେ ଅନେକ ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ଏଥିପାଇଁ ଇଂଲଣ୍ଡ ଓ ଓ୍ୱେଲସରେ ୟେଲୋ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପାଇଁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *