ନୟାଗଡ଼ରେ ଷ୍ଟାଫ ନର୍ସଙ୍କୁ କରୋନା

Corona ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୋଦ୍ଧାଙ୍କୁ କରୋନା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାର୍ଯ୍ୟରତ ଷ୍ଟାଫ୍‌ ନର୍ସଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ଉକ୍ତ କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ନର୍ସଙ୍କୁ କ୍ଵାରେଣ୍ଟାଇରେ ରହିବାକୁ କୁହାଯାଇଥିବା ନୟାଗଡ଼ ସିଡିଏମଓ ସୁଧୀଶୁ ଷଡଙ୍ଗୀ କହିଛନ୍ତି । କିନ୍ତୁ ଏହି ୭ ଦିନ ମଧ୍ୟରେ ଷ୍ଟାଫ ନର୍ସଜଣକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସାରେ ନିୟୋଜିତ ଥିଲେ । ତେଣୁ ସେ ବହୁ ରୋଗୀଙ୍କ ସମେତ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଥିବାରୁ ଏବେ ସେମାନଙ୍କୁ କିପରି ଚିହ୍ନଟ କରାଯାଇ ପରୀକ୍ଷା କରାଯିବ ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Leave a Reply

Your email address will not be published.