ଜଗନ୍ନାଥ ଲେଙ୍କା ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ସଦସ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଜଗନ୍ନାଥ ଲେଙ୍କା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ୍ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ପୂର୍ବତନ ମୁଖ୍ୟ ଓ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି।

ବାରିପଦା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଓ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିବା ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ୩୦ବର୍ଷର ଶିକ୍ଷାଦାନ ଓ ୨୦ ବର୍ଷର ଗବେଷଣା ଅଭିଜ୍ଞତା ରହିଛି। ପ୍ରଫେସର ଲେଙ୍କାଙ୍କ ଅଧୀନରେ ୭ଜଣ ପିଏଚ୍‌ଡି ଡଗ୍ରୀ ଓ ୧୯ଜଣ ଏମ୍‌ଫିଲ୍‌ ଡିଗ୍ରୀ ହାସଲ କରିଛନ୍ତି। ସେ ୮ଟି ପୁସ୍ତକ ରଚନା କରିଥିବାବେଳେ ୧୬ଟି ବହି ସମ୍ପାଦିତ କରିଛନ୍ତି। ତାଙ୍କର ଗବେଷଣାତ୍ମକ ନିବନ୍ଧ ୩୪ଟି ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *