ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, (ଓଡିଶା ଟାଇମ୍): ଶ୍ରୀନଗରର ବିଶମ୍ବର ନଗରରେ ରବିବାର ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଆଇଜିପିଙ୍କ ସୂଚନା ଅନୁସାରେ, ନିହତ ହୋଇଥିବା ଆତଙ୍କୀ ନିକଟରେ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ​‌ରେ ସାମିଲ ଥିଲେ।

ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଦ୍ବୟ ପାକିସ୍ତାନର ଏବଂ ସେମାନେ ଲଶ୍କର-ଏ-ତଇବା ସହିତ ଜଡିତ ଥିଲେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *