୩ରୁ ଖୋଲିବ ଶ୍ରୀମନ୍ଦିର !

ପୁରୀ, (ଓଡିଶା ଟାଇମ୍) : କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ । କେବଳ ନୀତିକାନ୍ତି ହିଁ ସମ୍ପାଦନ ହେଉଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ । ତେବେ ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଛତିଶା ନିଯୋଗ ବୈଠକ ପରେ ସେ ଏହା କହିଛନ୍ତି ।

ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିଲା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧ ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ୩ ତାରିଖ ଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ। ୩ ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ। ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Leave a Reply

Your email address will not be published. Required fields are marked *