କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ୨,୨୦୦ ସେବାୟତ ପରିବାରଙ୍କୁ ଏହି ଔଷଧ ବଣ୍ଟନ କରାଯିବ । ଏନେଇ ସମସ୍ତ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି । ୯ ତାରିଖରେ ଦଇତାପତି ନିଯୋଗକୁ ଔଷଧ ବଣ୍ଟନ କରାଯିବ । ସେହିପରି ୧୦ରେ ପ୍ରତିହାରୀ, ୧୧ରେ ସୁଆର ମହାସୁଆରଙ୍କୁ ଔଷଧ ଦିଆଯିବ । ୧୨ରେ ପୂଜାପଣ୍ଡା, ୧୩ରେ ଗରାବଡ଼ୁ ନିଯୋଗକୁ ଔଷଧ ଦିଆଯିବ । ପୁରୀ ହୋମିଓପାଥିକ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ଔଷଧ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।