ଆଜିଠୁ ସବୁଦିନ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ପୁରୀ, (ଓଡିଶା ଟାଇମ୍) :ଶୁକ୍ରବାରଠୁ ସବୁଦିନ ଶ୍ରୀଜିଊଙ୍କୁ ଦର୍ଶନ କରିପାରିବେ ଭକ୍ତ । ପ୍ରତ୍ୟେକ ଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଶେଷ କରି ଆନନ୍ଦବଜାରେ ଅବଢ଼ା ଖାଇବା ଉପରେ ପୂର୍ବରୁ କଟକଣା ରହିଥିଲା । ତେଣୁ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।
ଶୁକ୍ରବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ଅବଢ଼ା ଖାଇବାର ସୁଯୋଗ ପାଇପାରିବେ । ଏଭଳି ସଂଶୋଧିତ ମାର୍ଗଦର୍ଶିକା ବୁଧବାର ଦିନ ଜାରି କରାଯାଇଛି । କୋହଳ ଦର୍ଶନ ଲାଗୁ ହେବା ପରେ ଭକ୍ତଙ୍କ ଗହଳି ବଢ଼ିବାର ଆକଳନ କରାଯାଇଛି । ଶୁକ୍ରବାର ୧୦ରୁ ୧୨ ହଜାର ଭକ୍ତଙ୍କ ପାଇଁ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବାକୁ ପ୍ରସ୍ତୁତି ଚାଲିଛି । ସୁଆର ମହାସୁଆର ନିଯୋଗ ୩୭ରୁ ଅଧିକ ଦୋକାନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା କରିଛି । ସାମାଜିକ ଦୂରତା ରକ୍ଷା କରିବ ଭକ୍ତମାନେ ଅବଢ଼ା ଖାଇବା ପ୍ରତି ନିଯୋଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।