ୟାଶ୍‌ରେ ଅଟକି ଯାଇଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର: ଗୁଲାବ୍‌ ସମ୍ପର୍କରେ ତଥ୍ୟ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଓଡ଼ିଶା ଆକାଶରେ କଳା ବାଦଲ ହୋଇ ଆଜି ବିପଦ ସଙ୍କେତ ଦେଲାଣି ବାତ୍ୟା ଗୁଲାବ୍‌’। ଆଜି ସନ୍ଧ୍ୟା ପରେ କୌଣସି ମୁହୂର୍ତ୍ତରେ ଏହା ବିପର୍ଯ୍ୟୟର ତାଣ୍ଡବ ରଚିପାରରେ। କିନ୍ତୁ ଓଡ଼ିଶାର ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ କାର୍ଯ୍ୟାଳୟ ସେଇ ୟାଶ୍‌’ରେ ଅଟକିଛି।ନା ଲୋକଙ୍କୁ କୌଣସି ଅଗ୍ରୀମ ସୂଚନା ଦେଉଛି ତା ସତର୍କତା ପଦକ୍ଷେପ ସମ୍ବନ୍ଧୀରୟ ତଥ୍ୟ। ବୋଧହୁଏ ଜାଣିଶୁଣି ଏହି କାର୍ଯ୍ୟାଳୟ ଅପେକ୍ଷା କରିଛି ଆଉ ଏକ ବିପର୍ଯ୍ୟୟକୁ।  ଲାଗୁଛି ଯେମିତି ଏହି ବିଭାଗର କର୍ମଚାରୀମାନେ ସପ୍ତାହାନ୍ତ ଛୁଟି କାଟୁଛନ୍ତି।

ଭାରତ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ଣରୁ ଆରମ୍ଭ ହୋଇଯିବ ‘ଗୁଲାବ୍‌’ ର କାରନାମା। ଏହା ହୁଏତ ମଧ୍ୟମ ଧରଣର ବାତ୍ୟା ହୋଇପାରେ କିନ୍ତୁ ଓଡ଼ିଶାର ୭ ଜିଲ୍ଲା ଏହି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହେବ ବୋଲି ୩ ଦିନ ଆଗୁଆ ଜଣାଇଛି ଭାରତ ପାଣିପାଗ ବିଭାଗ। ଏହାଛଡ଼ା ରାଜ୍ୟରେ ଥିବା ଅନ୍ୟ କୃଷି  ବିଜ୍ଞାନୀ  ଓ ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଏନେଇ ଆବଶ୍ୟକ ସତର୍କ ସୂଚନା ଜାରି କରି ସାରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାର ଏହି ପ୍ରମୁଖ ଅଙ୍ଗ ‘ଏସ୍‌ଆର୍‌ସି’  କିନ୍ତୁ ଆବଶ୍ୟକ ସୂଚନା ବିତରଣ କରିବାରେ ଅସମର୍ଥ ହୋଇଥିବା ପରିଲକ୍ଷିତ ହୋଇଛି।

କମିଶନରଙ୍କ ଓ୍ବେସାଇଟ୍‌ରେ ଆଜିବି ବାତ୍ୟା ୟାଶ୍‌କୁ ହାଇଲାଇଟ୍‌ କରାଯାଇଛି। ରାଜ୍ୟରେ ଚାଲିଥିବା କୋଭିଡ୍‌ ବିପର୍ଯ୍ୟୟ ଏବଂ ୟାଶ୍‌ ସମ୍ବନ୍ଧରେ ଯାହା ତଥ୍ୟ ଏଠାରେ ଉପଲବ୍ଧ ରହିଛି, ସେତିକି। ୟାଶ୍‌ ବାତ୍ୟା  ମେ’ ମାସରେ ଓଡ଼ିଶା ଉପକୂଳ ଛୁଇଁଥିଲା। ଏହି ବାତ୍ୟା ଉତ୍ତର ଉପକୂଳରେ ବିପର୍ଯ୍ୟୟ ରଚିଥିଲା। ପ୍ରଥମରୁ ସେହି ବାତ୍ୟା ବି ଘଣ୍ଟାକୁ  ୬୦ରୁ ୬୫ କିଲୋମିଟର ଏବଂ ପରେ ୧୧୫ କିଲୋମିଟର ଯାଏ ପ୍ରବାହିତ ହେବ ବୋଲି ଆଶଙ୍କା କରାଯାଇଥିଲା। ପୁଣି ଏହି ବାତ୍ୟା ମଧ୍ୟ ଓଡ଼ିଶା ଉପକୂଳରେ ମାଡ଼ ନହୋଇ ପଶ୍ଚିମବଙ୍ଗ ଯାଇଥିଲା। ଆଉ ସେତେବେଳେ ପ୍ରଶାସନ ପକ୍ଷରୁ ୨୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନିଅଆଯାଇଥିଲା। ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।  ଏବେ କିନ୍ତୁ ଓଡ଼ିଶାରେ ନିରାପଦ ସ୍ଥାନକୁ ନେବା କାର୍ଯ୍ୟ ଅତ୍ୟନ୍ତ ଶିଥିଳ ଚାଲିଛି।

ଓଡ଼ିଶା ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ ମୂଳ ପୃଷ୍ଠାରେ ଯେଉଁ ପାଣିପାଗ ସୂଚନା ଉପଲବ୍ଧ ରହିଛି ସେଥିରେ କୌଣସି ସୂଚନା ଦିଆଯାଇ ନାହିଁ। ପୁଣି ଯେଉଁ ସତର୍କ ବାଣୀ ସ୍କ୍ରଲ କରୁଛି ତାହା କରୋନା ସମ୍ପର୍କିତ।  ପ୍ରେସ୍‌ ରିଲିଜ୍‌ ସ୍ତମ୍ଭରେ ବି ୟାଶ୍‌ ସମ୍ବନ୍ଧୀୟ ତଥ୍ୟ ରହିଛି।

 

ନୋଟିଫିକେସନ୍‌ ବା ବିଜ୍ଞପ୍ତି ବାବଦରେ ଯେଉଁ ଲିଙ୍କ୍‌ ରହିଛି ସେଠାରେ ଖୋଜିଲେ ବିଭାଗର ଶଷିତ୍‌ଥିଳତା କେତେ ତାହା ସ୍ପଷ୍ଟ ହେଉଛି। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଏହି ଓ୍ବେବ୍‌ ସାଇଟ୍‌  ରକ୍ଷଣାବେକ୍ଷଣ ପାଇଁ ଖର୍ଚ ହେଉଛି କିନ୍ତୁ ତଥ୍ୟ ରହିଛି ବର୍ଷେ ତଳର। ଅର୍ଥାତ୍‌ ଏହି ସ୍ତମ୍ଭରେ ଅକ୍ଟୋବର ୨୦୨୦ ମସିହାର ଏକ ସୂଚନା ଦିଆଯାଇଛି। ଯାହା ୧୪ ଅକ୍ଟୋବର ୨୦୨୧ ରେ ଅପ୍‌ଡେଟ୍‌ ହୋଇଥିଲା।

 ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶାରେ ଏହି କାର୍ଯ୍ୟାଳୟଟି ଜଣେ ବରିଷ୍ଠ ତଥା ନିଷ୍ଠାବାନ୍‌ ଆଇଏଏସ୍‌ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇ ଆସୁଛି। ଏବେ ଯେଉଁ ଅଧିକାରୀଙ୍କ ଦ୍ଵାରା ଏ ଅଙ୍ଗଟି ପରିଚାଳିତ ସେ ଆଗକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାର ଦାବିଦାର ବି ଅଛନ୍ତି। ହେଲେ ତାଙ୍କ ନାକତଳେ ଲୋକଙ୍କୁ ସୂଚନା ପ୍ରଦାନର ଯେଉଁ ଆବଶ୍ୟକତା ତାହାକୁ ଚାପି ଦିଆଯାଇଛି, ଯାହା ସ୍ପଷ୍ଟ କରୁଛି  ବିପର୍ଯ୍ୟୟ ପରିଚାଳେନା କରିବାରେ ଆମେ କେତେେ ତତ୍ପର?

ଖାଲି ସେତିକି ନୁହେଁ  ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରେରେ ବିଭାଗର ଆଉ ଏକ ଅଙ୍ଗ ହେଉଛି ଓଡ଼ିଶଶ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣ। ଏହିୀ ପ୍ରାଧୀକରଣ ମଧ୍ୟ ଆବଶ୍ୟକ ତଥ୍ୟ ବିତରଣ କରିବାରେ ବିଫଳ ରହିଛି।

ଏହା ପ୍ରଶ୍ନ ଉଠାଉଛି ଆମେ କ’ଣ ଅପେକ୍ଷା କରୁଛୁ ବିପର୍ଯ୍ୟୟ ଅ୍ରାମର ସର୍ବାଧିକ କ୍ଷତି କରୁ?? ଯଦି ଏହା ସତ୍ୟ ତେବେ ଏମିତି ଏକ ପ୍ରାଧୀକରଣ ଗଠନ କରିବାର ଉଦ୍ଦେଶ୍ୟ କଣ? କେବେଳ କରୋନା କଟକଣା ଜଣାଇବା ଲାଗି??

Leave a Reply

Your email address will not be published. Required fields are marked *