ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର                   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍‌ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ  ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଝଡ଼ ବର୍ଷା ହୋଇଥିଲା।  ସମସ୍ତ ସତର୍କତା ସତ୍ବେ ରାଜ୍ୟରେ କେତେ କେଉଁଠି କ’ଣ କ୍ଷତି ହୋଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଆସନ୍ତା ୪୮ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ୪୮ଘଣ୍ଟା ମଧ୍ୟରେ ପ୍ରାକ୍ ଆକଳନ ରିପୋର୍ଟ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେମାନଙ୍କଠୁ ପ୍ରାଥମିକ ରିପୋର୍ଟ ମିଳିବା ପରେ ସରକାର କ୍ଷୟକ୍ଷତି ଆକଳନ କରିବେ। ଜିଲ୍ଲାପାଳମାନେ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଦେବେ।
ପ୍ରାକ୍ ଆକଳନ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରଙ୍କ ଗାଇଡଲାଇନ୍ ଅନୁସାରେ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। 

Leave a Reply

Your email address will not be published.