ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଦାନ ଦେବେ ମୋରାରୀ ବାପୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାମ ମନ୍ଦିର ନିର୍ମାଣ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଜୋରଦାରରେ ଚାଲିଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ଶିଳାନ୍ୟାସ କରାଯିବ । ଏପରିକି ଭୂମି ପୂଜନ ଲାଗି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ନଦୀର ଜଳ ଓ ତୀର୍ଥ ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ, ଲାଲ୍ କୃଷ୍ଣ ଆଡୱାନୀ ସମେତ ଅନେକ ନେତା ସାମିଲ ହେବ ।

ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ନିର୍ମାଣ ଲାଗି ସ୍ପିରିଚୁଆଲ୍ ଲିଡର ମୋରାରୀ ବାପୁ ୫ କୋଟି ଟଙ୍କାର ଅର୍ଥ ରାଶି ଦେବା ପାଇଁ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭୁ ଶ୍ରୀ ରାମଙ୍କ ଚରଣରେ ଏହା ଏକ ତୁଳସୀ ପତ୍ର ରୂପରେ ଭେଟି ଦିଆଯିବ ।

ଏପରିକି ତଳଗାଜରଡାରେ ସ୍ଥିତ ଚିତ୍ରକୁଟ ଧାମରେ ଥିବା ଆମ ଆଶ୍ରମ ପକ୍ଷରୁ ରାମ ଜନ୍ମଭୂମି ଲାଗି ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ।

ଏହାବ୍ୟତିତ ବିଶ୍ୱ ହିନ୍ଦୁ ପରିଷଦର ସୂଚନା ଅନୁଯାୟୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ଦେଶବ୍ୟାପୀ ସମସ୍ତ ହିନ୍ଦୁ ଲୋକେ କିଛି କିଛି ପଇସା ଏକଜୁଟ କରୁଛନ୍ତି । ଏପରିକି ଏହି ନିର୍ମାଣ କାର୍ଯ୍ୟ ପାଇଁ ପ୍ରତ୍ୟେକ ଗ୍ରାମ ଓ ସହରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାନ ପତ୍ର ନିଆ ଯାଇ ଚାନ୍ଦା ଗ୍ରହଣ କରାଯିବ ।

ଯାହା ଫଳରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବ ଏବଂ ସବୁ ହିନ୍ଦୁଙ୍କର ପଇସା ମଧ୍ୟ ଲାଗି ହେବ ।

 

Leave a Reply

Your email address will not be published.