ବୁଢିଆଣୀ ଜାଲ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର
ଭୁବନେଶ୍ବର: ଘରେ ବୁଢିଆଣୀ ଜାଲ ରହିବା ସାଧାରଣ କଥା । ହେଲେ ବେଳେ ବେଳେ ଏହା ଚିନ୍ତାର କାରଣ ମଧ୍ୟ ପାଲଟିଯାଏ ।
ଏହି ଜାଲକୁ ଯେତେ ସଫା କଲେ ମଧ୍ୟ କିଛି ଦିନ ପରେ ପୁଣି ସେ ଜାଲ ବାନ୍ଧିଦେଇଥାଏ । ଆପଣ ଚାହିଁଲେ ଘରୋଇ ଉପଚାର କରି ବୁଢିଆଣୀ ଜାଲକୁ ସଫା କରିପାରିବେ । ଜାଣନ୍ତୁ କ’ଣ ରହିଛି ଉପଚାର ।
ଘରର କୋଣକୁ ସଫା କରନ୍ତୁ- ଘରକୁ ପ୍ରତିଦିନ ସଫା କରାଯାଉଥିଲେ ମଧ୍ୟ ଅନେକ ସମୟରେ କୋଣ ଗୁଡିକରେ ବୁଡିଆଣି ଜାଲ କରିଦେଇଥାଏ । ସେଥିପାଇଁ ପ୍ରଥମେ କୋଣ ଗୁଡିକରୁ ଭଲଭାବେ ଜାଲ ସଫା କରନ୍ତୁ । ସୁନିଶ୍ଚିତ କରନ୍ତୁ ଯେ ଯେପରି ଗୋଟିଏ ବି ଜାଲ ସେଠାରେ ରହିନଯାଉ ।
ଭଙ୍ଗା କାନ୍ଥକୁ ଠିକ୍ କରନ୍ତୁ- ଘରର କୋଣ ଛଡା ଭଙ୍ଗା କାନ୍ଥରେ ମଧ୍ୟ ବୁଡିଆଣୀ ଘର ତିଆରି କରିଥାଏ । ଯେଉଁଥିପାଇଁ ଆପଣ ଭଙ୍ଗା କାନ୍ଥ ଗୁଡିକୁ ଭଲ ଭାବେ ମରାମତି କରିନିଅନ୍ତୁ ।
ଷ୍ଟିଟସ୍ ଅଏଲ୍- ଷ୍ଟିଟସ୍ ଅଏଲରେ ଆ ି ଇଫ୍ଲେମେଟ୍ରି ଗୁଣ ରହିଥାଏ । ଆପଣ ଚାହିଁଲେ ଏହାର ଗୋଟିଏ ବୁନ୍ଦା ଏକ କପଡାରେ ଲଗାଇ ବୁଢିଆଣୀ ଜାଲ ଥିବା ସ୍ଥାନରେ ଲଗାଇପାରିବେ । ଏହାଦ୍ୱାରା ସେ ଜାଗା ସଫା ହେବା ସହ ବୁଢିଆଣୀ ମଧ୍ୟ ପଳାଇବ ।
ବେକିଂ ସୋଡା- ବେକିଂ ସୋଡା ମଧ୍ୟ ବୁଢିଆଣୀ ଜାଲରୁ ମୁକ୍ତି ଦେଇପାରିବ । ଏହାର ବ୍ୟବହାର ଦ୍ୱାରା ବୁଢିଆଣୀ ସେ ଜାଗା ଛାଡି ପଳାଇଯାଇଥାଏ । କାରଣ ଏହାର ଗନ୍ଧ ବୁଢିଆଣୀକୁ ପସନ୍ଦ ଆସିନଥାଏ । ଯେଉଁଥିପାଇଁ ବେକିଂ ସୋଡା ଥିବା ସ୍ଥାନକୁ ବୁଡିଆଣୀ ଯାଇନଥାଏ ।
ସିରକା- ସିରକାର ବ୍ୟବହାର ଦ୍ୱାରା ମଧ୍ୟ ବୁଢିଆଣୀ ଜାଲରୁ ମୁକ୍ତି ମିଳିପାରିବ । ଏହି ସିରକା ଏମିତି ଏକ ପଦାର୍ଥ ଯାହା କୀଟ ପତଙ୍ଗକୁ ମାରିଦେଇଥାଏ । ସେଥିପାଇଁ ଏକ କପଡାରେ ସିରକା ମିଶାଇ ବୁଢିଆଣୀ ହେଉଥିବା ଜାଗା କିମ୍ବା କୋଣରେ ରଖିଦିଅନ୍ତୁ । ଦେଖିବେ ସେ ଜାଗାରୁ ବୁଢିଆଣୀ ପଳାଇଯିବ ।
ଲେମ୍ବୁ ଚୋପା- ଲେମ୍ବୁ ଚୋପାରେ ସାଇଟ୍ରସ୍ ଏସିଡ୍ ଭଳି ତତ୍ୱ ରହିଥାଏ । ଯାହାର ଗନ୍ଧ ବୁଡିଆଣୀକୁ ପସନ୍ଦ ହୋଇନଥାଏ । ସେଥିପାଇଁ ଲେମ୍ବୁ କିମ୍ବା କମଳା ଲେମ୍ବୁର ଚୋପା ବ୍ୟବହାର କରି ବୁଡିଆଣୀ ଜାଲରୁ ମୁକ୍ତି ପାଇପାରିବେ ।
ଏହାଛଡା, ପେପରମେ ତେଲ ଓ ତମ୍ବାକୁ ଦ୍ବାରା ଘରେ ହେଉଥିବା ବୁଢିଆଣୀ ଜାଲରୁ ମୁକ୍ତି ପାଇପାରିବେ ।