୪୮ ବର୍ଷରେ ପାଦ ଥାପିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଯିଏକି କ୍ରିକେଟ୍ ପ୍ରେମୀଙ୍କ ଗହଣରେ ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର’ ନାମରେ ଖୁବ୍ ପରିଚିତ ଥିଲେ ।

୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାର ବେହଲ ଠାରେ ଜନ୍ମଗ୍ରହଣ କରିଥିଲେ ସେ । ଯିଏକି ବର୍ତ୍ତମାନ ସମୟରେ ବିସିସିଆଇର ପ୍ରେସିଡେଣ୍ଟ ହୋଇ ପାରିଛନ୍ତି ।

ଗାଙ୍ଗୁଲି କ୍ରିକେଟ୍ କ୍ୟାରିୟରରେ ବହୁ ବଡବଡ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ଅଧିନାୟିକତ୍ୱ ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ତାଙ୍କ ପ୍ରଶସଂକ ମାନେ ମନେ ପକାଇଥାନ୍ତି । ଭାରତୀୟ କ୍ରିକେଟ୍ ଜଗତକୁ ନୂଆ ପରିଚୟ ଦେବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ।

ଗାଙ୍ଗୁଲିଙ୍କ ସଫଳ ଅଧିନାୟିକତ୍ୱ-
୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ବିବାଦ ପରେ ଭାରତୀୟ କ୍ରିକେଟ୍ ଜଗତ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ଗାଙ୍ଗୁଲି ଟିମର ଅଧିନାୟିକତ୍ୱ ପଦ ସମ୍ଭାଳିବା ସହ ଟିମକୁ ସମ୍ଭାଳିଥିଲେ । ଯେତେବେଳେ ସେ ଅଧିନୟେକ ହେଲେ ସେତେବେଳେ ଭାରତର ଟେଷ୍ଟ ର‌୍ୟାଙ୍କିଂ ୮ ଥିଲା । ହେଲେ ଗାଙ୍ଗୁଲି କ୍ରିକେଟରୁ ସନ୍ନ୍ୟାସ ନେବା ବେଳକୁ ଭାରତ ୨ୟ ସ୍ଥାନରେ ରହି ପାରିଥିଲା ।

ପାକିସ୍ତାନ ବିରୋଧରେ ଦୁଇ ଶତକ ଲାଗାଇଥିଲେ-
ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୦୭ ମସିହାରେ ପାକିସ୍ତାନ ବିରୋଧରେ ୨୩୯ ରନ୍ ହାତେଇ ଥିଲେ । ବାଙ୍ଗାଲୋରରେ ଖେଳା ଯାଇଥିବା ଏହି ମ୍ୟାଚରେ ସେ ନିଜ ଅନ୍ତର୍ଜାତୀୟ କିକ୍ରେଟ୍ କ୍ୟାରିୟରରେ ଏକମାତ୍ର ଦୁଇ ଶତକ ଲଗାଇଥିଲେ । ପରେ ୨୦୦୮ ମସିହାରେ ନାଗପୁର ଠାରେ ସେ ଅଷ୍ଟ୍ରେଲିଆ ବିରୋଧରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ସାର୍ଟ ଖୋଲି ଉଡାଇଥିଲେ-
୨୦୦୨ରେ ଖେଳାଯାଇଥିବା ନେଟୱେଷ୍ଟ ଫାଇନାଲକୁ କିଏବା ଭୁଲି ପାରିବ । ଭାରତୀୟ ଟିମ୍ ୧୪୬ ରନରେ ୫ ୱିକେଟ୍ ହରାଇବା ପରେ ବି ୩୨୫ ରନର ପାରି ଖେଳି ଇଂଲଣ୍ଡକୁ ମାତ ଦେବାରେ ସଫଳ ହୋଇଥିଲା । ଇଣ୍ଡିଆ ଟିମର ଏଭଳି ବିଜୟରେ ମହମ୍ମଦ କେଫ୍ ଓ ଯୁବରାଜ ସିଂହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହି ସଫଳତାରେ ଉତଫୁଲ୍ଲିତ ହୋଇ ଗାଙ୍ଗୁଲି ଲଡସର ବାଲକୋନୀରେ ସାର୍ଟ ଓହ୍ଲାଇ ଉଡାଇଥିଲେ । ଯାହାକୁ କ୍ରିକେଟ୍ ପ୍ରେମୀମାନେ ବୋଧହୁଏ କେବେ ଭୁଲିପାରିବେ ।

Leave a Reply

Your email address will not be published.