ଟ୍ୱିନ୍ ସିଟିର ନୂଆ ସିପି ଦାୟିତ୍ୱରେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି।
ଦାୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ନିଯୁକ୍ତ ହେବା ପରେ ଓଟିଭିକୁ ଏହି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଅନ୍ୟପକ୍ଷେ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ନିଯୁକ୍ତ ହେବା ପରେ ପଦ ଛାଡ଼ିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ପୋଲିସ କମିଶନରେ ପଦରେ ରହି ସେବା କରିବାର ସୁଯୋଗ ମିଳିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ତା ସହ କୋଭିଡ୍ ସମୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟକୁ ମନେ ପକାଇ ତାହା ତାଙ୍କୁ ସନ୍ତୁଷ୍ଟି ଦେଇଥିବା ଉଲ୍ଲେଖ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍ଡି ଭାବେ ନୂଆ ନିଯୁକ୍ତି ମିଳିଛି ।