ଶୋପିଆନରେ ଜଣେ ଆତଙ୍କବାଦୀକୁ ନିହତ କଲା ଭାରତୀୟ ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳିବିନିମୟ ଆରମ୍ଭ ହୋଇଛି | ଶୋପିଆନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ।

ସେନା ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ସହ ଜାଦିବଲ ଏବଂ ଜୁନିମାର ପୋଜୱାଲପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଏବେ ବି ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ସେହି ଅଞ୍ଚଳରେ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଯାହାପାଇଁ ସେନା ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

Leave a Reply

Your email address will not be published.