ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେକି ସୋନିଆ!

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଆସନ୍ତା ସୋମବାର ଦିନ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଯାଉଛି । ଏହାର ପୂର୍ବରୁ ସୋନିଆ କହିଛନ୍ତି ଯେ ସେ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ ।

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ଯାହାକୁ ୧ ବର୍ଷ ପୂରିବାକୂ ଯାଉଛି ।

ଦଳର କିଛି ନେତା ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଗାନ୍ଧୀ ପରିବାରକୁ ବାଦ ଦେଇ ବାହାରୁ କେହି ଏହି ପଦରୁ ରୁହନ୍ତୁ ବୋଲି ଉଭୟ ରାହୁଲ ଓ ପ୍ରିୟଙ୍କା ପ୍ରକାଶ କରିଛନ୍ତି ।

ସୁତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧୀ ଦଳ ପାଇଁ ନୂଆ ଅଧ୍ୟକ୍ଷ ଖୋଜିବା ଲାଗି ଅନ୍ୟ ସଦସ୍ୟ ମାନଙ୍‌କୁ କହିଛନ୍ତି । ନିକଟରେ ଦଳର ପ୍ରାୟ ୨୦ ଜଣ ନେତା ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରି ଚିଠି ଲେଖିଥିଲେ ।

ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ଆନନ୍ଦ ଶର୍ମା, ଗୁଲାମ ନବି ଆଜାଦ, କପିଲ ସିବବଲ, ବିବେକ ତନଖା, ପୃଥ୍ୱୀରାଜ ଚୌହାନ, ବୀରପ୍ପା ମୋଇଲି, ଶଶି ଥରୁର, ଭୂପେନ୍ଦ୍ର ହୁଡ୍ଡା, ରାଜ ବବର୍‌, ମନିଷ ତିବାରୀ, ମୁକୁଲ ବାଷାନିକଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଗ୍ରେସ ଅଧ୍ୟକ୍ଷ ମଧ୍ୟ ସାମିଲ ରହିଛନ୍ତି ।

ତେବେ ଆସନ୍ତାକାଲି ହେବାକୁ ଥିବା ବୈଠକରେ ରାଜନ୍ରେତିକ ମୁଦ୍ଦା, ଅର୍ଥବ୍ୟବସ୍ଥାର ସ୍ଥିତି ଓ କରୋନା ଭାଇରସ୍ ସଙ୍କଟ ସମେତ ଅନେକ ଘଟଣା ଉପରେ ଆଲୋଚନା ହୋଇପାରେ ।

Leave a Reply

Your email address will not be published. Required fields are marked *