ରାଜରାସ୍ତାରେ ହାଇ ଭୋଲ୍ଟେଜ ଡ୍ରାମା: ମା’ ବେକରେ ଛୁରୀ ଲଗାଇ ପୁଅ କହୁଚି ଜୀବନରୁ ମାରିଦେବ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ଆଗରେ ଅଦ୍ଭୁତ କାଣ୍ଡ । ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇଲା ପୁଅ । ମାକୁ ଛୁରୀ ଭୁସି ମାରିବାକୁ ଉଦ୍ୟମ କରିଥିଲା ପୁଅ । କଣ ପାଇଁ ପୁଅ ଏହିଭଳି କାଣ୍ଡ କରିଛି ତାର କାରଣ ଅସ୍ପଷ୍ଟ । ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ପରେ ପଚରାଉଚୁରା କରିଥିଲା । ମହିଳା କହିଛନ୍ତି ସେ ତାଙ୍କ ନିଜ ପୁଅ । ସେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ।

ଯେହେତୁ ବିଧାନସଭା ଅଧିବେଶନ ଜାରି ରହିଛି, ବିଧାନସଭା ଆଗରେ ସୁରଖିକର୍ମୀ ନିୟୋଜିତ ଥିଲେ । ଯୁବକ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦଉଡି ଆସିଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ଏହି କାଣ୍ଡ ଘଟାଇବା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ପୋଲିସ କହିବାନୁଯାୟୀ ଘଟଣା ନିକଟରେ କିଛି କାଗଜପତ୍ର ମଧ୍ୟ ଚିରା ହୋଇ ପଡିଥିଲା । ଯୁବକ ଜଣକ କିଛି ନେତା ମନ୍ତ୍ରୀଙ୍କ ନରେ ଅଭିଯୋଗ ମଧ୍ୟ କରିଛନ୍ତି । ସେ ଜଣେ ଭଲ ଛାତ୍ର ଏବଂ ଏବେ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published.