ଧୋନୀଙ୍କ କ୍ୟାପଟେନ୍ ସିପ୍ରେ ଭାରତୀୟ ଦଳ ରଚିଥିଲା ଇତିହାସ, ପଢନ୍ତୁ
ଭୁବନେଶ୍ୱର, (ଓଡିଶା ଟାଇମ୍): ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ କୁଲ୍ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ଘୋଷଣା କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ବିଧିବଦ୍ଧ ଘୋଷଣା କରିଥିଲେ ।
ଭାରତୀୟ କ୍ରିକେଟ୍ ଟିମର ସଫଳ କପ୍ତାନ ଓ ଦୁଇ ଥରର ବିଶ୍ୱକପ୍ ବିଜେତାଙ୍କ କ୍ୟାରିୟର ଉପରେ ଆସନ୍ତୁ ନଜର ପକାଇବା ।
ଡିସେମ୍ବର ୨୦୦୪: ବାଂଲାଦେଶ ବିପକ୍ଷରେ ଚଟଗାଁରେ ୱାନଡେ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।
ଅକ୍ଟୋବର ୨୦୦୫: ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟାଟିଂ କ୍ରମରେ ଉପରକୁ ଉଠିଲେ ସେ । ୫ ଶୃଙ୍ଖଳା ବିଶିଷ୍ଟ ମ୍ୟାଚରେ ସେ ସମୟରେ ଭାରତ ୩.୦ରେ ବିଜୟ ହୋଇଥିଲା । ଯେଉଁଥିପାଇଁ ଧୋନୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସିରିଜ୍ ହାତେଇଥିଲେ ।
ଡିସେମ୍ବର ୨୦୦୫: ଚେନ୍ନାଇ ଠାରେ ଶ୍ରୀଲାଙ୍କା ବିପକ୍ଷରେ ଟ୍ରେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।
ସେପ୍ଟେମ୍ବର ୨୦୦୭: ରାହୁଲ ଦ୍ରାବିଡଙ୍କ ଠାରୁ ୱାନଡେ କ୍ରିକେଟର କପ୍ତାନ ସିପ୍ ନେଇଥିଲେ ।
ସେପ୍ଟେମ୍ବର ୨୦୦୭: ଏହି ମସିହାରେ ସେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟି-୨୦ ବିଶ୍ୱକପ୍ ରେ ଭାରତର କ୍ୟାପଟେନ୍ ହୋଇଥିଲେ । ଯେଉଁ ମ୍ୟାଚରେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇଥିଲା ।
ଅଗଷ୍ଟ ୨୦୦୮: ଶ୍ରୀଲଙ୍କାରେ ଭାରତକୁ ପ୍ରଥମ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଧୋନୀ ବାଜିମାତ୍ କରିଥିଲେ । ପରେ ପରେ ଧୋନୀଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମିଳିଥିଲା ।
ନଭେମ୍ବର ୨୦୦୮: ଧୋନୀ ଭାରତୀୟ ଟେଷ୍ଟ ଖେଳର କ୍ୟାପଟେନ୍ ହୋଇଥିଲେ ।
ଡିସେମ୍ବର ୨୦୦୮: ଆଇସିସି ବର୍ଷର ସର୍ବଶ୍ରେଷ୍ଠ ୱାନଡେ୍ କ୍ରିକେଟର ବନିଥିଲେ ମହେନ୍ଦ୍ର ସିଂହ ଧୋନୀ ।
ମାର୍ଚ୍ଚ ୨୦୦୯: ଧୋନୀଙ୍କ କପ୍ତାନ ସିପରେ ଭାରତ ନ୍ୟୁଜିଲାଣ୍ଡରେ ପ୍ରଥମ ଦ୍ୱିପାକ୍ଷିକ ୱାନଡେ ଶୃଙ୍ଖଳା ଜିତିଥିଲା ।
ଏପ୍ରିଲ୍ ୨୦୦୯: ଧୋନୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
ଡିସେମ୍ବର ୨୦୦୯: ଆଇସିସି ବର୍ଷର ସର୍ବଶ୍ରେଷ୍ଠ ୱାନଡେ୍ କ୍ରିକେଟର ଭାବେ ଲଗାତାର ଦୁଇ ଥର ପୁରସ୍କାର ଜିତିଥିବା ପ୍ରଥମ ଖେଳାଳୀ ହୋଇପାରିଥିଲେ ।
ମେ ୨୦୧୦: ଧୋନୀଙ୍କ ଅଧିନାୟିକତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ଜିତିଥିଲା ।
ଏପ୍ରିଲ୍ ୨୦୧୧: ଧୋନୀଙ୍କ ସଫଳ କ୍ୟାପଟେନ୍ ସିପ୍ ପାଇଁ ଭାରତ ୨୮ ବର୍ଷ ପରେ ବିଶ୍ୱ କପ୍ ଜିତିଥିଲା । ଶ୍ରୀଲଙ୍କା ବିରୋଧରେ ମ୍ୟାଚରେ ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିଥିଲା ।
ନଭେମ୍ବର ୨୦୧୧: ଭାରତୀୟ ପ୍ରାଦେଶିକ ସେନା ଧୋନୀଙ୍କୁ ମାନଦ୍ ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବନାଇଥିଲେ ।
ମାର୍ଚ୍ଚ ୨୦୧୩: ଧୋନୀଙ୍କ କ୍ୟାପଟେନ ସିପରେ ଭାରତ ଅଷ୍ଟ୍ରେଲିଆକୁ ଘରୋଇ ଟେଷ୍ଟ ଶୃଙ୍ଖଳାରେ ୪-୦ରେ ହରାଇଥିଲା ।
ଜୁନ୍ ୨୦୧୩: ଭାରତ ଧୋନୀଙ୍କ କ୍ୟାପଟେନ ସିପରେ ଆଇସିସି ଚାମ୍ପିୟନସିପ୍ ଟ୍ରଫି ଜିତିଥିଲା।
ଏପିଲ୍ ୨୦୧୮: କ୍ୟାପଟେନ୍ କୁଲ ଭାବେ ପରିଚିତ ଧୋନୀଙ୍କୁ ପଦ୍ମ ଭୂଷଣ ମିଳିଥିଲା ।
ମେ ୨୦୧୮: ଧୋନୀଙ୍କ ଅଧିନାୟିକତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ୩ୟ ଥର ପାଇଁ ଆଇପିଏଲ୍ ଜିତିଥିଲା ।
ଜୁଲାଇ ୨୦୧୯: ବିଶ୍ୱକପର ଶେଷ ତଥା ଅନ୍ତିମ ଅନ୍ତର୍ଜତୀୟ ମ୍ୟାଚ୍ ଖେଳା ଯାଇଥିଲା ।