ବିଭିନ୍ନ ରୋଗରୁ ଉପଶମ ଦିଏ ବ୍ରୋକଲି

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଖାସକରି ଶୀତ ଦିନରେ ବଜାରରେ ବ୍ରୋକଲି ଅଧିକ ପରିମାଣର ମିଳିଥାଏ । ଏହା ଫୁଲକୋବି ଭଳି ଦେଖିବାକୁ ହେଇଥିବା ବେଳେ ଏହାର ରଙ୍ଗ ସବୁଜ । ଏହାକୁ ସିଝାଇ କିମ୍ବା କଞ୍ଚାରେ ସାଲାଡ୍ ଅବା ସୁପ୍ କରି ଖାଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ।

ପନିପରିବା ମଧ୍ୟରେ ସବୁଠୁ ସ୍ୱାସ୍ଥ୍ୟ ଉପଯୋଗୀ ପରିବା ହେଉଛି ବ୍ରୋକଲି । ଜାଣନ୍ତୁ, ବ୍ରୋକଲି ସେବନ ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ହୋଇଥାଏ ।

ବ୍ରୋକଲିରେ ଭିଟାମିନ୍ ସି, ପ୍ରୋଟିନ୍‌, କ୍ୟାଲସିୟମ୍‌, କାର୍ବୋହାଇଡ୍ରେଟ୍‌, ଆଇରନ, ଫାଇବର ଭଳି ପୋଷକ ତତ୍ୱ ରହିଥାଏ ।

ପ୍ରତିଦିନ ବ୍ରୋକଲି ଖାଇଲେ ଏଥିରେ ଥିବା ପୋଷକ ତତ୍ୱ ଶରୀରରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଡାକ୍ତରଙ୍କ ମତରେ ବ୍ରୋକଲି ଖାଇବା ଦ୍ୱାରା ଡାଇବେଟିସ୍ ରୋଗୀଙ୍କ ଶରୀରରେ ଇନସୁଲିନ୍ ସ୍ତର କମିଥାଏ । ଏହାଛଡା ଓଜନ ହ୍ରାସ କରିବାରେ ମଧ୍ୟ କିଛିଟା ସହାୟକ ହୋଇଥାଏ ।

ବ୍ରୋକଲିରେ ଭିଟାମିନ ସି ଭରପୂର ରହିଥାଏ । ଏପରିକି ସେଥିରେ ଫାଇଟୋକେମିକାଲ୍ସ ଓ ଆଣ୍ଟି ଅକ୍ସିଟାଣ୍ଟ ପର୍ଯ୍ୟପ୍ତ ପରିମାଣରେ ରହିଥାଏ । ଯାହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇଥାଏ ।

ଏହାଛଡା ଦୈନନ୍ଦିନ ବ୍ରୋକଲି ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ ।

ଏପରିକି ହାଡକୁ ମଜଭୁତ କରିବାରେ ବ୍ରୋକଲି ଜୁସ୍ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ୍ ପୋଷକ ତତ୍ୱ ଏଦିଗରେ ସହାୟତା କରିଥାଏ ।

ବ୍ରୋକଲି ଜୁସ୍ ପିଇଲେ ମଧ୍ୟ ତ୍ୱଚା ଉଜ୍ୱଳ ଦେଖାଯାଇଥାଏ । ବ୍ରୋକଲିରେ ଥିବା ଭିଟାମିନ୍ ସି, କପର, ଜିଙ୍କ୍ ଆଦି ସ୍କିନକୁ ଗ୍ଲୋ କରିଥାଏ ।

ବ୍ରୋକଲିରେ ଥିବା ପୋଷକ ତତ୍ୱ ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଉପଯୋଗୀ ରହିଥାଏ । ଏହାଛଡା ବ୍ରୋକଲି ଆଖି ପାଇଁ ମଧ୍ୟ ଭଲ ରହିଥାଏ ।

Leave a Reply

Your email address will not be published.