ଲେମନଗ୍ରାସ୍ ଚା’ ପିଇଲେ କି ଉପକାର ମିଳିବ, ପଢନ୍ତୁ…
ଭୁବନେଶ୍ୱର, (ଓଡିଶା ଟାଇମ୍): ସାଧାରଣତଃ ଚା’ ଓ କଫି ପିଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ହେଲେ ଖୁବ୍ କମ୍ ଲୋକେ ଲେମନଗ୍ରାସ୍ ଚା’ ପିଇବାକୁ ମଧ୍ୟ ପସନ୍ଦ କରିଥାନ୍ତି ।
ଲେମନଗ୍ରାସ ସୁଗନ୍ଧ ଯୁକ୍ତ ହୋଇଥିବା ବେଳେ ଏହାର ଚା’ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ । କେହି କେହି ଏହାକୁ ରୋଷେଇରେ ମଧ୍ୟ ବ୍ୟବହାର କରିଥାନ୍ତି । ଏହାର ପତ୍ର ଓ ତେଲକୁ ମଧ୍ୟ ଆୟୁର୍ବେଦରେ ଔଷଧ ରୂପେ ବ୍ୟବହାର କରାଯାଇଥାଏ ।
ଯେକୌଣସି ଖାଦ୍ୟ ପଦାର୍ଥକୁ ସେବନ କରିବା ପୂର୍ବରୁ ସର୍ବପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ନେବା ଉଚିତ୍ ।
ଲେମନଗ୍ରାସ ଚା’ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ଦେଉଥିବା ବେଳେ ଆସନ୍ତୁ ଜାଣିବା ଏଥିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି …
ଲେମନଗ୍ରାସ୍ ଚା’ ପିଇଲେ ମୁଣ୍ଡ ବିନ୍ଧା ସମସ୍ୟାରୁ ଉପଶମ ମିଳିଥାଏ ବୋଲି ଅନେକ ଅଧ୍ୟୟନରୁ ଜଣାପଡିଛି ।
ଲେମନଗ୍ରାସ୍ ଚା’ ଶରୀରରେ କୋଲେଷ୍ଟ୍ରୋଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ଏହାର ଚା’ ପିଇଲେ ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ ।
ଲେମନଗ୍ରାସ୍ ଚା’ ପିଇଲେ ମୁଣ୍ଡ ବ୍ୟଥା ଓ ଆଣ୍ଠୁ ଗଣି୍ଠ ବ୍ୟଥା ଭଳି ସମସ୍ୟାରୁ ସାମାନ୍ୟ ଉପଶମ ମିଳିଥାଏ ।
ଏହାର ଚା’ ପିଇବା ଦ୍ୱାରା ପାଚନ ଜନିତ ସମସ୍ତ ସମସ୍ୟାକୁ ଠିକ୍ ରଖିଥାଏ । ଏଥିରେ ଥିବା ଜୀବାଣୁନାଶକ ଗୁଣ ଆପଣଙ୍କୁ ଓରାଲ୍ ଇନଫେକ୍ସନରୁ ମଧ୍ୟ ରକ୍ଷା କରିଥାଏ ।
ଲେମନଗ୍ରାସରେ ଆଣ୍ଟି-ଇନଫ୍ଲେମେଣ୍ଟ୍ରି, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟିସେପ୍ଟିକ୍ ଗୁଣ ଭରି ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିଥାଏ । ଏହାଛଡା ଏଥିରେ ଭିଟାମିନ୍ ସି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ ।
ଲେମନଗ୍ରାସ୍ ରେ ଆଇରନ୍ ଭରି ରହିଥାଏ । ଏହାକୁ ନିୟମିତ ପିଇଲେ ଶରୀରରେ ଆଇରନ୍ ସ୍ତର କମି ନଥାଏ । ଏପରିିକି ଏନିମିଆ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଏହା ଦାନ୍ତରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ମଧ୍ୟ ନଷ୍ଟ କରି ପାରିଥାଏ ।