କର୍ପୂରରେ କେଉଁ ସବୁ ଗୁଣ ରହିଛି, ଜାଣନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରତ୍ୟେକ ଲୋକଙ୍କ ଘରେ କର୍ପୂରକୁ ପୂଜାର୍ଚ୍ଚନାରେ ବ୍ୟବହାର କରିଥାନ୍ତି ।

କର୍ପୂର ଯେ ଖାଲି ପୂଜାର୍ଚ୍ଚନାରେ ବ୍ୟବହାର ହୋଇଥାଏ ତା’ନୁହେଁ ଗନ୍ଧ କର୍ପୁରକୁ ଇନଫେକ୍ସନ୍ ଦୂର କରିବା ଓ କେଶ ସମସ୍ୟା ଦୂର କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଏହାଛଡା ର୍କପୂରକୁ ଏକ ଭଲ ହୋମ କ୍ଲିନର ରୂପେ ମଧ୍ୟ ଉପଯୋଗ ହୋଇଥାଏ ।

ତେଲରେ କର୍ପୂର ମିଶାଇ କେଶରେ ବ୍ୟବହାର କରିଲେ କେଶ ଝଡିବା ସଙ୍ଗେ ସଙ୍ଗେ ରୂପି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।

ଘରେ ପିମ୍ପୁଡି କିମ୍ବା ଜନ୍ଦା ଅତ୍ୟଧିକ ହେଉଥିଲେ, ଆପଣ ଚାହିଁଲେ କିଛି ପାଣିରେ ଅଳ୍ପ କର୍ପୂର ମିଶାଇ ପାରିବେ । ପରେ ଏହାକୁ ଘରର ବିଭିନ୍ନ ସ୍ଥାନରେ ଛିଞ୍ଚି ଦିଅନ୍ତୁ, ନଚେତ୍ ପିମ୍ପୁଡି ଓ ଜନ୍ଦା ହେଉଥିବା ସ୍ଥାନରେ ସ୍ପ୍ରେ କରି ଦିଅନ୍ତୁ । ଯାହା ଫଳରେ ପିମ୍ପୁଡି ଓ ଜନ୍ଦା କମ୍ ହୋଇଥାନ୍ତି।

କର୍ପୁର ବ୍ୟବହାର ଦ୍ୱାରା ଗୋଡ ଫଟା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଗରମ ପାଣିରେ କିଛି କର୍ପୁର ମିଶାନ୍ତୁ । ପରେ ଏହି ପାଣିରେ ଗୋଡକୁ ବୁଡାଇ ରଖନ୍ତୁ, ଏହାଦ୍ୱାରା ସାମାନ୍ୟ ଉପଶମ ମିଳିବ ।

ଆପଣ ବଜାରରେ ବିକ୍ରି ହେଉଥିବା ରୁମ ଫ୍ରେଶନର ବଦଳରେ ଗନ୍ଧ କର୍ପୂରକୁ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଘରକୁ ଦୁର୍ଗନ୍ଧ ଦୂର କରିବ ।

ଘରେ ଏକ ଖୋଲା ଜାଗା ଦେଖି କର୍ପୂର ଜାଳନ୍ତୁ କିଛି ସମୟ ପରେ ଏହାର ବାସ୍ନା ସାରା ଘର ମଧ୍ୟରେ ଖେଳିଯିବ । ଯାହା ଏକ ରୁମ୍ ଫ୍ରେଶନର ଭାବେ ମଧ୍ୟ କାର୍ଯ୍ୟ କରିଥାଏ ।

Leave a Reply

Your email address will not be published.