ଶବଦାହ କରିବାକୁ ଆସିଥିଲେ, ଶବ ହୋଇ ଫେରିଲେ: ଶ୍ମଶାନ ଘାଟ ଗ୍ୟାଲେରି ଛାତ ଭୁଶୁଡ଼ି ୧୭ ମୃତ

ଗାଜିଆବାଦ, (ଓଡିଶା ଟାଇମ୍) :ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଶବ ହୋଇଗଲେ ! ଦିଲ୍ଲୀ ପାଖରେ ଅବସ୍ଥିତ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଶ୍ମସାନ ଘାଟରେ ଛାଥ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଚାପି ହୋଇ ରହିଛନ୍ତି। ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଦୁର୍ଘଟଣା ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଘଟିଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ବହୁ ଲୋକ ଦବି ରହିଛନ୍ତି। ଗାଜିଆବାଦ ପୋଲିସ ସମେତ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମିଳିଥିବା ସୁଚନା ଅନୁସାରେ ରବିବାର ସକାଳ ପାଖରୁ ଦିଲ୍ଲୀରେ ବର୍ଷା ଜାରି ରହିଛି। ମୁରାଦନଗରରେ ଥିବା ଏହି ଶ୍ମଶାନ ଘାଟକୁ ବହୁ ଲୋକ ସମ୍ପର୍କୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ବର୍ଷା ଯୋଗୁ ସମସ୍ତେ ଛାତ ତଳେ ଥିଲେ। ଠିକ୍‌ ଏହି ସମୟରେ ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ବହୁ ଲୋକ ଦବି ହୋଇଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଭୁଶୁଡ଼ି ଥିବା ଛାତକୁ ବାହାର କରିବା ପାଇଁ ପୋଲିସ କ୍ରେନ୍‌ର ସାହଯ୍ୟ ନେଉଛି। ତେବେ ଲେଣ୍ଟର ଭୁଶୁଡ଼ି ପଡ଼ିବାରୁ ପାଖାପାଖି ୨୪ ଜଣ ଲୋକ ତା ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ପୋଲିସ କହିଛି।

Leave a Reply

Your email address will not be published.