ବିଜୁ ମହିଳା ଜନତା ଦଳର ସଭାପତି ହେଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ଦେଢ଼ବର୍ଷ ଧରି ନେତୃତ୍ୱ ବିହୀନ ଥିବା ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଏହି ନିଯୁକ୍ତି ଦେବା ସହ ତତ୍କାଳ ପ୍ରଭାବରୁ ଦାୟିତ୍ୱ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଅତାବିରାରୁ ବିଜେଡି ବିଧାୟିକା ଥିବା ଶ୍ରୀମତୀ ଛୁରିଆ ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ମଧ୍ୟ ସେ ଜଣାଶୁଣା।

ସୂଚନାଯୋଗ୍ୟ, ବିଜେଡି ମହିଳା ସଭାନେତ୍ରୀ ଥିବା ମିନତୀ ବେହେରାଙ୍କୁ ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ମହିଳା କମିଶନ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିବା ପରଠୁ ବିଜେଡି ମହିଳା ଶାଖାର ସଭାନେତ୍ରୀ ପଦ ଖାଲି ପଡ଼ିଥିଲା।

Leave a Reply

Your email address will not be published.