ସ୍ନାପ୍‌ଡିଲ୍ ପକ୍ଷରୁ ଅନ୍‌ଲାଇନ୍ ବରାଦରେ କ୍ୟୁଆର୍ କୋଡ୍ ପେମେଂଟ୍‌କୁ ନେଇ ଏନ୍‌ପିସିଆଇ ସହ ସହଯୋଗିତା

ଭୁବନେଶ୍ବର, (ଓଡିଶା ଟାଇମ୍) : ଅନ୍‌ଲାଇନ୍ ବରାଦ ବେଳେ କ୍ୟୁଆର୍ କୋଡ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ସ୍ନାପ୍‌ଡିଲ୍ ପକ୍ଷରୁ ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ସହ ବୁଝାମଣା କରାଯାଇଛି । ବିଶେଷ କରି ପ୍ରଥମ ଥର କିଣାକିଣି କରୁଥିବା ଗ୍ରାହକମାନଙ୍କ ସୁବିଧାକୁ ନେଇ ଏହି ବ୍ୟବସ୍ଥା କରାଯାଇଛି ଯେଉଁମାନେ ଆଗୁଆ ପେମେଂଟ୍ କରିବାକୁ କୁଣ୍ଠା ପ୍ରକାଶ କରନ୍ତି ।

ଏହି ସହଯୋଗିତାରେ ଗ୍ରାହକମାନଙ୍କୁ ବରାଦ ସାମଗ୍ରୀ ହସ୍ତାନ୍ତର କରିବା ବେଳେ କ୍ୟୁଆର୍ କୋଡ୍ ଭିିତିକ ପେମେଂଟ୍ ସୁବିଧା ପ୍ରଦାନ କରାଯିବ । ଡେଲିଭରି ଆପ୍‌ର ଲିଙ୍କ୍‌କୁ ବ୍ୟବହାର କରି ଡେଲିଭରି ଏକ୍‌ଜିକ୍ୟୁଟିଭ୍ ୟୁପିଆଇ ଭିତିକ କ୍ୟୁଆର୍ କୋଡ୍ ସୃଷ୍ଟି କରିପାରିବେ । ଗ୍ରାହକମାନେ ସେହି କୋଡ୍‌କୁ ସ୍ନାନ୍ କରି ନିଜ ୟୁପିଆଇ ଭିତିକ ପେମେଂଟ୍ ଆପ୍ ଜରିଆରେ ପେମେଂଟ୍ କରିପାରିବେ । ପେମେଂଟ୍ ପୂର୍ବରୁ ଗ୍ରାହକଙ୍କୁ ପେମେଂଟ୍ ଦେଉଥିବା ବ୍ୟକ୍ତି ଓ ଟଙ୍କାକୁ ସ୍ପଷ୍ଟ କରିବାକୁ ହେବ । ଭିମ୍‌, ଗୁଗୁଲ୍ ପେ, ହ୍ୱାଟସ୍‌ଆପ୍ ପେ, ଫୋନ୍‌ପେ, ପେଟିଏମ୍ ଏବଂ ଏସବିଆଇ, ଏଚଡିଏଫ୍‌ସି, ଆଇସିଆଇସିଆଇ ଓ ଅନ୍ୟାନ୍ୟ ଅଗ୍ରଣୀ ପେମେଂଟ୍ ଆପ୍ ଜରିଆରେ ଗ୍ରାହକମାନେ ପେମେଂଟ୍ କରିପାରିବେ । ଏହି ସୁବିଧା ଜରିଆରେ ସମବାୟ ବ୍ୟାଙ୍କ ଓ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ପେମେଂଟ୍ କରିପାରିବେ ।

ସ୍ନାପ୍‌ଡିଲ୍‌ର ବରି ଉପସଭାପତି ରଜନୀଶ ୱାହି କହିଛନ୍ତି ଯେ, “ଆମର ଗ୍ରାହକ ବିଶେଷ କରି ଯେଉଁମାନେ ନିଜର ଅନଲାଇନ୍ ଯାତ୍ରା ଆରମ୍ଭ କରୁଛନ୍ତି ସେମାନଙ୍କୁ ଉତମ ଅନଲାଇନ୍ ଅନୁଭୂତି ଏବଂ ଅଧିକ ସୁବିଧା ପ୍ରଦାନ କରିବା ଲାଗି ଆମେ ସର୍ବଦା ଅତିରିକ୍ତ ସୁବିଧା ସନ୍ଧାନରେ ରହିଛୁ । ଏନପିସିଆଇ ସହଯୋଗିତାରେ ଆମର ବ୍ୟବହାରକାରୀମାନେ ସେମାନଙ୍କ ସୁବିଧାଜନକ ସ୍ଥିତିରେ ରହି ପେମେଂଟ୍ କରିପାରିବେ ଓ ଏହା ଦ୍ୱାରା ଆମ ଡେଲିଭରି ସହଯୋଗୀଙ୍କ ନଗଦ ରାଶି ପରିଚାଳନା ଭାର କମିବ । ଆମର ବିଶ୍ୱାସ ରହିଛି ଯେ ଭାରତର କ୍ଷୁଦ୍ର ସହର ଏବଂ ନଗର ଗୁଡ଼ିକରେ ୟୁପିଆଇର ଗ୍ରହଣୀୟତା ହ୍ରାସ କରିବ ।’’

କୁନାଲ୍ କଲ୍‌ୱାଟିଆ, ମାର୍କେଟିଂ ମୁଖ୍ୟ, ଏନ୍‌ପିସିଆଇ କହିଛନ୍ତି ଯେ, “ସ୍ନାପ୍‌ଡିଲ୍ ସହିତ ସହଯୋଗିତା ଏବଂ ୟୁପିଆଇ ଜରିଆରେ ଗ୍ରାହକମାନଙ୍କୁ ସେମାନଙ୍କ ସୁବିଧା ଓ ଆରାମରେ ଘର ପାଖରେ ପେମେଂଟ୍ ଅନୁଭୂତି ପ୍ରଦାନ କରୁଥିବାରୁ ଆମେ ଆନନ୍ଦିତ । ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଆମର ଅନେକ ଗ୍ରାହକଙ୍କ ମଧ୍ୟରେ ୟୁପିଆଇ କାରବାର ବଢ଼ାଇବ ଏବଂ ସେମାନେ କ୍ୟାସ ଅନ ଡେଲିଭରି ବିକଳ୍ପ ଚୟନ କରିଥିଲେ ମଧ୍ୟ ଡିଜିଟାଲ୍ କାରବାର କରିବାର ଅତିରିକ୍ତ ବିଶ୍ୱାସ ହାସଲ କରିପାରିବେ । ୟୁପିଆଇ ସହିତ ଭାରତୀୟମାନଙ୍କୁ ୟୁପିଆଇ ଯାତ୍ରାରେ ସାମିଲ କରିବା ଓ ସେମାନଙ୍କୁ ସୁରକ୍ଷିତ ଏବଂ ଚିନ୍ତାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ଏନ୍‌ପିସିଆଇ ନିରନ୍ତର ଉଦ୍ୟମ କରୁଛି । ଆମର ବିଶ୍ୱାସ ରହିଛି ଯେ ଏଭଳି ଅଭିଯାନ ଜରିଆରେ ଶୀଘ୍ର ଡିଜିଟାଲ୍ ସମାଜ ଲକ୍ଷ୍ୟ ହାସଲ ହୋଇପାରିବ ।’’

Leave a Reply

Your email address will not be published.