ସ୍ନାନଯାତ୍ରା ପାଇଁ ୧୫୦ ଦଇତାପତି !
ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାନଯାତ୍ରାରେ ପହଣ୍ଡିବେଳେ ଦଇତାପତି ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଜଣ ଦଇତା । ଜଗନ୍ନାଥଙ୍କ ପାଇଁ ୬୦ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ଦଇତାପତି ରହିବେ । ସତ୍ୱଲିପିକୁ ଆଧାର କରି ସେବାୟତ ତାଲିକା ପ୍ରସ୍ତୁତ କରାଯାଇଛି । ସ୍ନାନ ମଣ୍ଡପରେ କେତେ ସେବାୟତ ରହିବେ ସେନେଇ ନିଷ୍ପତ୍ତି ପରେ ହେବ । ସମସ୍ତଙ୍କ କୋଭିଡ଼ ଟେଷ୍ଟ ସହମତି ହୋମ କ୍ୱାରେଣ୍ଟିନରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ତେବେ ଆଜି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୁରି ଯାଇ ସ୍ନାନ ପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ସ୍ନାନ ପୂର୍ଣ୍ଣିମା ସୁରକ୍ଷା ସହ ଜିଲ୍ଲାର ବିଭିନ୍ନ ଥାନାରେ କରୋନା ସଚେତନତା କାର୍ୟ୍ୟକ୍ରମର ମଧ୍ୟ ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଆସନ୍ତା ୩୦ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଲକଡାଉନ୍ ସରିବ । ଏହାପରେ ଯଦି ଲକଡାଉନ୍ ୫ ଆସେ ତେବେ ସେହି ଅନୁସାରେ ସୁରକ୍ଷା ବ୍ୟବସ୍ଥାର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ।