ସମ୍ପତ୍ତି ପାଇଁ ସାନ ଭାଇକୁ ବଡ଼ ଭାଇର ମରଣାନ୍ତକ ଆକ୍ରମଣ
(ଭୁବନେଶ୍ବର, ଓଡ଼ିଶା ଟାଇମ୍) ନୟାପଲ୍ଲୀ ଅଞ୍ଚଳରେ ପୈତୃକ ସମ୍ପତ୍ତି ପାଇଁ ବଡ ଭାଇ ନିହାର ରଞ୍ଜନ ହାତୀ ଓ ଭିଣୋଇ ସହ ଅନ୍ୟ ସହଯୋଗୀ ମିଶି ସାନ ଭାଇ ପ୍ରୀତି ରଂଞ୍ଜନ ହାତୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସହ ନିଜ ଭାଇ ବୋହୁକୁ ଅସଦାଚରଣ କରିବାକୁ ମଧ୍ୟ ପଛାଇନଥିବା ଅଭିଯୋଗ ହୋଇଛି ….ବଡ ଭାଇ ନିଜ ଶଳା ଏବଂ ଭିଣୋଇଙ୍କ ସହଯୋଗରେ ସାନ ଭାଇଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଛନ୍ତି …ସ୍ଥାନୀୟ ଲୋକଙ୍କ ସହଯୋଗରେ ସାନ ଭାଇକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ….ଏ ନେଇ ସାନ ଭାଇର ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ମାମଲା ରୁଜୁ ପାଇଁ ଥାନାକୁ ଯାଇଥିଲା ବେଳେ ଥାନା ଅଧିକାରୀ FIR ନରଖି ଓଲଟା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।